Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିକ୍ଷକ ସହୀଦ ଦିବସ ପାଳନ

by ସଞ୍ଜୟ ସ୍ୱାଇଁ
March 9, 2021
in Lifestyle, Nayagarh
ଶିକ୍ଷକ ସହୀଦ ଦିବସ ପାଳନ
182
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ମଧ୍ୟରେ ଥିବା ସହୀଦ ସ୍ମୃତି ସ୍ତମ୍ଭ ନିକଟରେ ଓଷ୍ଟା ଆନୁକୂଲ୍ୟରେ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ତତ୍ୱବଧାନରେ ଶିକ୍ଷକ ସହୀଦ ଦିବସ ପାଳିତ ହୋଇଯାଇଛି । ସୂଚନାନୁସାରେ, ଶିକ୍ଷକ ମହାସଂଘ ଆହ୍ୱାନରେ ୧୯୭୮ ମସିହା ମାର୍ଚ୍ଚ ୯ତାରିଖରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ଶିକ୍ଷକ ସମାବେଶରେ ଯୋଗେଦବାକୁ ଗଲାବେଳେ ସଡ଼କ ଦୁର୍ଘଟଣାରେ ୬ଜଣ ଶିକ୍ଷକ ଶକ୍ଷୟତ୍ରୀ ପ୍ରାଣତ୍ୟାଗ କରିଥିଲେ । ଶିକ୍ଷକ ଆନ୍ଦୋଳନର ଫଳସ୍ୱରୂପ ଶିକ୍ଷକସମାଜ ଚାକିରୀ ନିରାପତ୍ତା, ଅବସରକାଳୀନ ସୁବିଧା, ସିଧାସଳଖ ବେତନ ପ୍ରଭୁତି ସୁବିଧା ହାସଲ କରିପାରି ଥିଲେ । ସେହି ଦିବସକୁ ଶିକ୍ଷକ ସହୀଦ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଉଛି । ଏହି ସ୍ମୃତି ସଭାରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଦାମୋଦର ସାହୁ, ବିଶ୍ୱନାଥ ମହାପାତ୍ର, ଶିକ୍ଷକ ନେତା ନିରଜଂନ ମିଶ୍ର, ତ୍ରିଲୋଚନ ଦାଶ, ଅନାଦି ଚରଣ ମହାନ୍ତି, ଏମ ଆଉରଙ୍ଗ ଦେବ, କିଶୋର ଚନ୍ଦ୍ର ପରମଗୁରୁ, ଆଯୋଧ୍ୟା ଦାସ, ଉମର ମଲ୍ଲିକ, ମାଣିକେଶ୍ୱର ସ୍ୱାଇଁ, ପ୍ରଦ୍ୟୁମ୍ନ ନନ୍ଦ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରତିବର୍ଷ ପାଳନ କରିବା ନିମନ୍ତେ ବିଶ୍ୱନାଥ ମହାପାତ୍ର ଆବାହକ ରହିବେ ଓ ଓଷ୍ଟା ସହିତ କଲେଜ କର୍ତ୍ତୁପକ୍ଷଙ୍କ ସହଯୋଗୀ ରହିବେ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଛି । ଶିକ୍ଷକ ସହୀଦ ଦିବସ ଅବସରରେ ଶିକ୍ଷକବନ୍ଧୁ ଭକ୍ତରଂଜନ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!