Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋର୍ଟ ଭିତରେ ଦବଙ୍ଗଗିରି, ଜେଲ୍ ଗଲେ ଶିକ୍ଷକ

by Anil Panda
October 9, 2020
in Nayagarh
କୋର୍ଟ ଭିତରେ ଦବଙ୍ଗଗିରି, ଜେଲ୍ ଗଲେ ଶିକ୍ଷକ
1.5k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର କୋର୍ଟ ପରିସରରେ ଗତକାଲି ଜଣେ ଶିକ୍ଷକ ପୁଲିସ ଉପସ୍ଥିତିରେ ଦବଙ୍ଗଗିରି ଦେଖାଇଥିବାରୁ ଆଜି ଗିରଫ ହୋଇଛନ୍ତି । ସୂଚନାନୁସାରେ, ରଣପୁର ଥାନା ବଧିପାଟଣା ଗ୍ରାମର ଜଣେ ବ୍ୟକ୍ତି ପୁରୀରେ ରହୁଥିବା ବେଳେ ତାଙ୍କ ନାବାଳିକା ଝିଅ ପୁରୀରୁ ଜୁନ ମାସରେ ନିଖୋଜ ହୋଇଥିଲା । ପୁଲିସ ତାଙ୍କ ପ୍ରଥମେ ଉଦ୍ଧାର କରିଥିବା ବେଳେ ସେ ଏଇ କିଛିଦିନ ହେବ ପୁଣି ନିଖୋଜ ହୋଇ ଯାଇଥିଲା । ଗତକାଲି ପୁଲିସ ତାଙ୍କ ଉଦ୍ଧାର କରି କୋର୍ଟରେ ହାଜର କରିଥିବା ବେଳେ ଉକ୍ତ ଗ୍ରାମର ରଘୁନାଥ ରଣସିଂହଙ୍କ ପୁଅ ନବକିଶୋର ରଣସିଂହ କୋର୍ଟ ଭିତରେ ପଶି ଭଦ୍ରଲୋକି ଦେଖାଇବାକୁ ଯାଇ ନିଜର ଦବଙ୍ଗଗିରି ଦେଖାଇଥିଲେ । ଏପରିକି ପୁଲିସକୁ କିଛି ଜଣାନାହିଁ ବୋଲି କୋର୍ଟ ଭିତରେ ହୋହାଲ୍ଲା କରିଥିବା ଜଣାଯାଇଛି । ଯାହାକୁ ନେଇ ରଣପୁର ଥାନା ଅନ୍ତର୍ଗତ ସୁନାଖଳା ଫାଣ୍ଡି ଅଧିକାରୀଙ୍କ ଅଭିଯୋଗରେ ରଣପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ନବକିଶୋରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । କୋର୍ଟରେ ତାଙ୍କ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ଜେଲ୍ ଯିବାକୁ ପଡ଼ିଛି । ନବକିଶୋର କୁଳାସର ଉଚ୍ଚ ବିଦ୍ୟାଳୟର ସହକାରୀ ପ୍ରଧାନଶିକ୍ଷକ ବୋଲି ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!