Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିକ୍ଷକ ବଦଳି ପ୍ରକ୍ରିୟାରେ ବିଧାୟକମାନଙ୍କୁ ସାମିଲ କରାଯାଇଛି

by ସଞ୍ଜୟ ସ୍ୱାଇଁ
October 3, 2021
in State
ଶିକ୍ଷକ ବଦଳି ପ୍ରକ୍ରିୟାରେ ବିଧାୟକମାନଙ୍କୁ ସାମିଲ କରାଯାଇଛି
202
VIEWS
Share on FacebookShare on Twitter

ଭୁବନେଶ୍ବର/କେନ୍ଦୁଝର, (ବାଘୁଆବାର୍ତ୍ତା): ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକଙ୍କ ବଦଳି ନେଇ ଥିବା କଟକଣାକୁ ରାଜ୍ୟ ସରକାର କୋହଳ କରିଛନ୍ତି। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଶିକ୍ଷକ ବଦଳି ପ୍ରକ୍ରିୟାରେ ବିଧାୟକମାନଙ୍କୁ ସାମିଲ କରାଯାଇଛି। ଜଣେ ବିଧାୟକ ଚାହିଁଲେ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ସୁପା‌ରିସ କରିପାରିବେ। ତେବେ ଏଥିପାଇଁ କେତେକ ନିୟମ ପାଳନ କରିବାକୁ ପଡ଼ିବ। ପ୍ରଥମତଃ ବଦଳି କେବଳ ସମ୍ପୃକ୍ତ ଜିଲ୍ଲା ଭିତରେ ହୋଇପାରିବ। ଜଣେ ଶିକ୍ଷକ ଚାହିଁଲେ ବି ବାହାର ଜିଲ୍ଲା‌କୁ ବଦଳି ହୋଇ ଯାଇପାରିବେ ନାହିଁ। ଏମିତିକି ଗ୍ରାମାଞ୍ଚଳରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସହରାଞ୍ଚଳ ବିଦ୍ୟାଳୟକୁ ବଦଳି ପାଇଁ ଅନୁମତି ଦିଆଯିବ ନାହିଁ। ନାମ ସୁପାରିସ ସମୟରେ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷକଙ୍କ ବଦଳି ନେଇ ପୂର୍ବରୁ କଡ଼ା କଟାକଣା ଥିଲା। ତେବେ ଚଳିତ ଶିକ୍ଷାବର୍ଷରେ ରାଜ୍ୟ ସରକାର ଏହି ନିୟମରେ ପରିବର୍ତନ କରିଛନ୍ତି। ସେପ୍ଟେମ୍ବର ୨୨ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପ ସଚିବ ଲକ୍ଷ୍ମୀକାନ୍ତ ଆଚାର୍ୟ୍ୟ ଏନେଇ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଯେଉଁଥିରେ କୁହାଯାଇଛି ଯେ ବିଧାୟକମାନେ ନିଜ ତରଫରୁ ୧୦ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ନେଇ ଜିଲ୍ଲାପାଳଙ୍କୁ ସୁପାରିସ କରିପାରିବେ। ତେବେ ଏହି ସୁପାରିସ ବେଳେ କେତେକ ନିର୍ଦ୍ଦିଷ୍ଟ ନିୟମ ମାନିବାକୁ ପଡ଼ିବ। ଯୁକ୍ତିସଂଗତ ଅଦଳବଦଳ ବା ରେସନାଲାଇଜେସନ୍‌ ନିୟମକୁ ଏହି ସୁପାରିସ ଉଲ୍ଲଂଘନ କରୁ ନଥିବା ଆବଶ୍ୟକ। ସେହିପରି ଯେଉଁ ଶିକ୍ଷକଙ୍କ ବଦଳି ଅତ୍ୟନ୍ତ ଜରୁରି ଥିବ ସେମାନଙ୍କ ପାଇଁ ବିଧାୟକମାନେ ସୁପାରିସ କରିବା ଆବଶ୍ୟକ। ଏହି ନିୟମ କେବଳ ଚଳିତ ଶିକ୍ଷାବର୍ଷ ପାଇଁ ଲାଗୁ ହେବ ବୋଲି ଚିଠିରେ ଦର୍ଶାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ କରୋନା ଭଳି ମହାମାରୀ ସମୟରେ ଆବଶ୍ୟକତା ଦୃଷ୍ଟିରୁ ଚଳିତବର୍ଷ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି କେବଳ ଜିଲ୍ଲା ଭିତରେ ହିଁ ହୋଇପାରିବ। ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀ ‌ସହରାଞ୍ଚଳକୁ ଆସିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ତାହାକୁ ନଜରରେ ରଖି କଟକଣା ମଧ୍ୟ ଲଗାଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!