Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତିନିଦିନିଆ ଶିକ୍ଷକ ତାଲିମ ଶିବିର ଉଦଯାପିତ

by ସଞ୍ଜୟ ସ୍ୱାଇଁ
October 9, 2021
in Nayagarh, State
ତିନିଦିନିଆ ଶିକ୍ଷକ ତାଲିମ ଶିବିର ଉଦଯାପିତ
127
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ଆଜି ଓଡ଼ଗାଁ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତିନିଦିନ ଧରି ଚାଲୁରହିଥିବା ଏକ ଶିକ୍ଷକ ତାଲିମ ଶିବିର ଉଦଯାପିତ ହୋଇଛି।ଗତ ୫ ତାରିଖ ଠାରୁ ଉକ୍ତ ତାଲିମ କାର୍ୟ୍ୟକ୍ରମ ଆରମ୍ଭ ହୋଇ ଆଜି ସମାପ୍ତ ହୋଇଛି।ଉକ୍ତ ତାଲିମ କାର୍ୟ୍ୟକ୍ରମରେ ଓଡ଼ଗାଁ ସମେତ ଶରଣକୁଳ, ନନ୍ଦିଘୋର, ଗୌଡ଼ପୁଟ, ମଶାବାରୀ, କୋମଣ୍ଡ, କୁରାଳ, ବାଉଁଶଗାଡ଼ିଆ ଓ ସୁନାମୁହିଁ କ୍ଲଷ୍ଟରର ପ୍ରତ୍ୟେକ ବିଦ୍ୟାଳୟରୁ ପ୍ରଧାନଶିକ୍ଷକଙ୍କ ସହ ଜଣେ ଉତ୍ସର୍ଗୀକୃତ ଶିକ୍ଷକଙ୍କୁ ମିଶାଇ ପ୍ରାୟ ୧୮୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିବାବେଳେ ରାଜ୍ୟ ସାଧନକର୍ମୀ ସୌଦାମିନୀ ମହାପାତ୍ର, ଜିଲ୍ଲା ସାଧନକର୍ମୀ ମନୋଜ କୁମାର ନାୟକ, ବୁଦ୍ଧିଆ ପାତ୍ର ଓ ପ୍ରଫୁଲ୍ଲ କୁମାର ପ୍ରଧାନ ପ୍ରମୁଖ ସଂପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ।ଏ ଅବସରରେ ଜାତୀୟ ଶିକ୍ଷାନୀତି ଆଧାରରେ ୨୦୨୫ ମସିହା ସୁଦ୍ଧା ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ତୄଣମୂଳ ସ୍ତରରେ ପ୍ରଥମ, ଦ୍ୱିତୀୟ ଓ ତୄତୀୟ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କର ଭାଷା ଏବଂ ଗଣିତର ସର୍ବନିମ୍ନ ଦକ୍ଷତା ହାସଲ କ୍ଷେତ୍ରରେ ତଥା ଜାତୀୟ ଉପଲବ୍ଧି ସର୍ବେକ୍ଷଣ କାର୍ୟ୍ୟକ୍ରମରେ କିପରି ସଫଳତା ହାସଲ କରିହେବ ତାହା ଏହି ତାଲିମ କାର୍ୟ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ଏବିଇଓ ଭାଗ୍ୟଲତା ଦାଶ ସୂଚନା ଦେବା ସହ ବିଇଓ ଗୀତାଞ୍ଜଳି ସାହୁ ଏହି ତାଲିମ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଖୁବ୍ ଗୁରୁତ୍ୱ ବହନ କରେ ବୋଲି ପ୍ରକାଶ କରିଛନ୍ତି।ସିଆରସିସି ଚିତ୍ତରଞ୍ଜନ ମିଶ୍ର, ତ୍ରିଲୋଚନ ସାମନ୍ତରା,ଚିତ୍ତ ମିଶ୍ର ଉକ୍ତ ତାଲିମ କାର୍ୟ୍ୟକ୍ରମରେ ସହଯୋଗ କରିଥିବାବେଳେ ସିଆରସିସି ସୁଶେନ୍ଦୁ କୁମାର ଷଡ଼ଙ୍ଗୀ ସମସ୍ତ ତିନିଦିନିଆ କାର୍ୟ୍ୟକ୍ରମର ସଫଳ ପରିଚାଳନା କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!