ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଳ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଭାବେ ଜ୍ୟୋତିରଂଜନ ଦାଶ ସର୍ବସମ୍ମତି କ୍ରମେ ଚୟନ ହୋଇଥିବା ବେଳେ ଭକ୍ତରଂଜନ ମିଶ୍ର ସଂପାଦକ ଭାବେ ମନୋନୀତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ ସରସ୍ୱତୀ ପାତ୍ର ଏବଂ ସୁଶାନ୍ତ କୁମାର ରଣା, ସହ ସଂପାଦକ ଭାବେ ବାମନ ବାରିକ, କବିର ନାୟକ, ରଂଜନ କୁମାର ଦାଶ ଏବଂ ଅରୁଣ କୁମାର ପଣ୍ଡା ତଥା କୋଷାଧ୍ୟକ୍ଷ ଭାବେ ହେମନ୍ତ କୁମାର ମିଶ୍ର ମନୋନୀତ ହୋଇଥିଲେ । ସେହିପରି ଜିଲ୍ଲା ସଂଘରୁ ରାଜ୍ୟସଂଘକୁ ପ୍ରତିନିଧିତ୍ୱ କରିବା ପାଇଁ ଶେଖ୍ ଅବଦୁଲ ଖାଲିକ, ପ୍ରତାପ ପାଣିଗ୍ରାହୀ, ଦୀନବନ୍ଧୁ ଦାଶ, ନବକିଶୋର ସାହୁ, ପ୍ରଫୁଲ କୁମାର ବିଶ୍ୱାଳ ଏବଂ ଅକ୍ଷୟ କୁମାର ନନ୍ଦ ପ୍ରମୁଖ ମନୋନୀତ ହୋଇଛନ୍ତି । ରାଜ୍ୟ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ମହାସଚିବ ଅମୀୟ କୁମାର ଦାଶ ଏବଂ ଉପସଭାନେତ୍ରୀ ସଙ୍ଗୀତା ଦାଶ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ । ଶେଷରେ ଗଣିଆ ବ୍ଲକ ସଭାପତି ଶରତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।





