ନୟାଗଡ଼,(ବାଘୁଆବାର୍ତ୍ତା): ଜାଲ ସାର୍ଟିଫିକେଟ୍ ଦେଇ ଚାକିରୀ କରିଥିବା ଶିକ୍ଷକଙ୍କୁ ମହଙ୍ଗା ପଡିଛି । ଏହା ଜଣାପଡିବା ପରେ ଶିକ୍ଷକମାନଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ସୂଚନାନୁସାରେ, କଳାହାଣ୍ଡି ଜିଲ୍ଲାରେ ଜାଲ ସାର୍ଟିଫିକେଟ୍ ଦେଇ ସରକାରୀ ସ୍କୁଲରେ ନିୟୋଜିତ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ନେଇ ସାର୍ଟିଫିକେଟ୍ ଯାଞ୍ଚ ବେଳେ ଶିକ୍ଷା ବିଭାଗରେ ହୋଇଥିବା ବଡ଼ ଜାଲିଆତି ହୋଇଥିଲା । ଏହା ଧରପଗଡ଼ ହେବା ପରେ ୨୫ଜଣ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବହିଷ୍କୃତ ଶିକ୍ଷକମାନଙ୍କ ନାମରେ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ କରାଯାଇଛି ।





