Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରାଥମିକ ଶିକ୍ଷକଙ୍କୁ ଉପେକ୍ଷା ପ୍ରତିବାଦରେ ଶୋଭାଯାତ୍ରା ଏବଂ ପ୍ରତିବାଦ ସଭା

by ସଞ୍ଜୟ ସ୍ୱାଇଁ
November 19, 2022
in Feature News
ପ୍ରାଥମିକ ଶିକ୍ଷକଙ୍କୁ ଉପେକ୍ଷା ପ୍ରତିବାଦରେ ଶୋଭାଯାତ୍ରା ଏବଂ ପ୍ରତିବାଦ ସଭା
141
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ପ୍ରାଥମିକ ଶିକ୍ଷକଙ୍କୁ ଉପେକ୍ଷା ଓ ନ୍ୟାର୍ଯ୍ୟ ଦାବି ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରାଯାଉଛି । ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା, ଛଅ ବର୍ଷ ଠିକା ନିଯୁକ୍ତି ସମୟକୁ ନିୟମିତ କରି ୬ଟି ଇନକ୍ରିମେଣ୍ଟ ଦେବା, ନିୟମିତ ପଦୋନ୍ନତି ଏବଂ ପୁରୁଣା ପେନସନ ପ୍ରଚଳନ କରିବା ଆଦି ବିଭିନ୍ନ ଦାବି ନେଇ ଶିକ୍ଷକମାନେ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ସରକାର ଭୃକ୍ଷେପ କରୁନାହାନ୍ତି । ରାଜ୍ୟ ସରକାର ୨୦୧୩ ମସିହାରୁ ମାଧ୍ୟମିକ ସ୍ତରରେ ଠିକାରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଚୁକ୍ତିକାଳକୁ ନିୟମିତ ମାନ୍ୟତା ପ୍ରଦାନ କରି ୬ଟି ଇନକ୍ରିମେଣ୍ଟ ପ୍ରଦାନ କରିଥିବା ବେଳେ ଏଲିମେଣ୍ଟାରୀ ଶିକ୍ଷକମାନଙ୍କୁ ଏଥିରୁ ବଞ୍ôଚତ କରାଯାଇଛି । ଏଲିମେଣ୍ଟାରୀ ଶିକ୍ଷକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ଅବହେଳା ପ୍ରତିବାଦରେ ଶିକ୍ଷକ ସଂଘ ପକ୍ଷରୁ ବ୍ଲକସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରରେ ଜୋରଦାର ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ପୂର୍ବାହ୍ନରେ ନୟାଗଡ଼ ବ୍ଳକ ଶିକ୍ଷାବିଭାଗ ଅନ୍ତର୍ଗତ ଏଲିମେଣ୍ଟାରୀ ଶିକ୍ଷକଙ୍କର ଏକ ବିଶାଳ ର୍ୟାଲି ବ୍ଳକ ଶିକ୍ଷକ ସଂଘ ସଭାପତି ପୀତବାସ ପ୍ରଧାନ, ସଂପାଦକ ସୁରେଶ କୁମାର ସେଠୀ, ଶିକ୍ଷକନେତା ଲକ୍ଷ୍ମୀଧର ସାହୁ, ସଲିମ ଇବ୍ରାହୀମ, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ସଂଗ୍ରାମ ସାହୁ, ପ୍ରଦୀପ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ନୟାଗଡ଼ ନିଉଟାଉନଠାରୁ ବାହାରି ବଜାର ପରିକ୍ରମା କରିବା ସହିତ ବ୍ଳକ ଶିକ୍ଷା କାର୍ଯ୍ୟାଳୟଠାରେ ପହଞ୍ôଚ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ପ୍ରାକ୍ତନ ସାଧାରଣ ସଂପାଦକ ଶେଖ ଅବଦୁଲ ଖାଲିକ, ନୟାଗଡ଼ ବ୍ଳକ ପ୍ରାଥମିକ ଶିକ୍ଷକସଂଘ ସାଧାରଣ ସମ୍ପାଦକ ଭକ୍ତବଲ୍ଲଭ ବଟକୃଷ୍ଣ ମିଶ୍ର,ଏକ୍ସ କ୍ୟାଡର ସଭାପତି ଉମେଶ ସ୍ୱାଇଁ ପ୍ରମୁଖ ଉଦବୋଧନ ଦେବା ସହିତ ତୁରନ୍ତ ସରକାର ଶିକ୍ଷକମାନଙ୍କ ଦାବି ପୂରଣ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଆଗାମୀ ୨୭ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ବିଶାଳ ଶିକ୍ଷକ ଆନ୍ଦୋଳନ ଏକ ଐତିହାସିକ ଆନ୍ଦୋଳନ ହେବା ସହିତ ବିଭିନ୍ନ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ରହି ଆନ୍ଦୋଳନରେ ସାମିଲ ହେବା ପାଇଁ ସଂପଳ୍ପ ନେଇଥିଲେ । ଶିକ୍ଷକସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବ୍ଳକ ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!