Monday, September 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତିନି ଦିନ ପରେ ମିଳିଲେ ଅପହୃତ ଶିକ୍ଷକ

by ସଞ୍ଜୟ ସ୍ୱାଇଁ
February 13, 2025
in Crime, State
ତିନି ଦିନ ପରେ ମିଳିଲେ ଅପହୃତ ଶିକ୍ଷକ
49
VIEWS
Share on FacebookShare on Twitter

କରଞ୍ଜିଆ, (ବାଘୁଆବାର୍ତ୍ତା): କ୍ରିଫ୍ଟଟୋ କରେନ୍ସି କାରବାର ପାଇଁ ଶିକ୍ଷକଙ୍କୁ ଅପହରଣ ଘଟଣା । ତିନି ଦିନ ପରେ ନିଖୋଜ ଶିକ୍ଷକଙ୍କ ଠାବ କରିଛି ପୋଲିସ । ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି କରଞ୍ଜିଆ ପୋଲିସ । ଖବର ଅନୁଯାୟୀ, ଗତ ୧୦ ତାରିଖ ଦିନ ମୟୁରଭଞ୍ଜ ଜିଲ୍ଲ ଯଶୀପୁର ବ୍ଲକ ଧୁଡୁକୁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରବିନ୍ଦ୍ର ନାଥ ସିଂ ସ୍କଲ୍‌ରୁ ଫେରୁଥିଲେ । ଏହି ସମୟରେ ୨୨୦ ନମ୍ବର ଜାତୀୟ ରାଜପଥ କାଳିକାପୁର ଛକ ନିକଟରେ ତାଙ୍କୁ କାର୍ ଭିତରୁ ଟାଣିଆଣି ଅନ୍ୟ ଏକ ଗାଡିରେ ଅପହରଣ କରିନେଇଥିଲେ ଅପହରଣକାରୀ । ପରେ ନିଖୋଜ ନେଇ ଶିକ୍ଷକଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ୩ଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଶେଷରେ ତିନି ଦିନ ପରେ ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳର ଏକ ଜଙ୍ଗଲରୁ ଅପହୃତ ଶିକ୍ଷକଙ୍କ ଠାବ କରିଛି ପୋଲିସ । ଏହାସହ ୪ ଜଣ ଅପହରଣକାରୀଙ୍କୁ ଗିରଫ କରିବାର ମଧ୍ୟ ସଫଳ ହୋଇଛି ପୋଲିସ । ତେବେ ଶିକ୍ଷକ ଜଣକ ୧୫ ଲକ୍ଷ ଟଙ୍କା ହେରଫେର୍ କରିଥିବା ନେଇ ତାଙ୍କୁ ଅପହରଣ କରାଯାଇଥିବା ପୋଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅଞ୍ଚଳର ସୌଭାଗ୍ୟ ଦାସ, ବ୍ରହ୍ମାନନ୍ଦ ନାଏକ, ପ୍ରଭାତ କୁମାର ମହାନ୍ତି ଓ ଜଣେ ନାବାଳକ। ସେମାନଙ୍କ ନିକଟରୁ ମୋବାଇଲ ଓ ଅପହରଣରେ ବ୍ୟବହୃତ ଏକ ଗାଡ଼ିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!