ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ଆଜି ଜଣେ ଶିକ୍ଷକଙ୍କ ପରଲୋକ ଘଟିଥିବା ଜଣାଯାଇଛି । ବାଉଁଶିଆପଡ଼ା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କୃଷ୍ଣଚନ୍ଦ୍ର ରଥଙ୍କ ଆଜି ପରଲୋକ ଘଟିଛି । ନୟାଗଡ଼ ପୈାର ପରିଷଦ ଅନ୍ତର୍ଗତ ଡାକ୍ତରଖାନା ପଛପାଖରେ ସେ ରହୁଥିବା ଜଣାପଡ଼ିଥିବା ବେଳେ ତାଙ୍କର ପୈତ୍ରୁକ ଘର ଗମ୍ଭାରିଡିହି ପଂଚାୟତ ନନ୍ଦପୁର ବୋଲି ଜଣାଯାଇଛି । କିଛି ଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇ ପ୍ରଥମେ ଚାନ୍ଦପୁର ଡାକ୍ତରଖାନା ଓ ପରେ ଭୂବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି ।





