ନୟାଗଡ଼, (ବାଘୁଆବାର୍ତ୍ତା) : କାଳିକାପ୍ରସାଦ ମାନପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଭରତ ଚନ୍ଦ୍ର ସାଥୁଆଙ୍କ ଆଜି ୮୦ ବର୍ଷ ବୟସରେ ପରଲୋକ ଘଟିଛି । ସେ ନୟାଗଡ଼ ସହର ଦେବୋର୍ତ୍ତୋ କଲୋନୀ ଲେନ ୨ରେ ରହୁଥିଲେ । ଆଜି ହଠାତ୍ ତାଙ୍କର ଦେହ ଅସୁସ୍ଥ ହୋଇ ପଡ଼ିବା ସହ ତାଙ୍କର ପରଲୋକ ଘଟିଥିବା ଜଣାଯାଇଛି । ଗ୍ରାମ ସ୍ମଶାନରେ ତାଙ୍କର ଶେଷକୃତ୍ତ୍ୟ ସମ୍ପର୍ଣ୍ଣ ହେବ ବୋଲି ଜଣାଯାଇଛି ।






