Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସବୁଦିନ ଚା’ ପିଉଛେ, ଚା’ ର କ’ଣ ରହିଛି ଉପକାରିତା, କେଉଁ ଚା’ ରୁ ମିଳିଥାଏ କି ପ୍ରକାର ଲାଭ

by ସଞ୍ଜୟ ସ୍ୱାଇଁ
May 21, 2021
in Health, Lifestyle, NATIONAL NEWS
ସବୁଦିନ ଚା’ ପିଉଛେ, ଚା’ ର କ’ଣ ରହିଛି ଉପକାରିତା, କେଉଁ ଚା’ ରୁ ମିଳିଥାଏ କି ପ୍ରକାର ଲାଭ
545
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ପ୍ରାୟତଃ ସମସ୍ତେ ସକାଳୁ ଉଠିଲେ ଚା’ ପିଅନ୍ତି । ଅନେକ ଦିନକୁ ବହୁତ ଥର ମଧ୍ୟ ଚା’ ପିଅନ୍ତି । ହେଲେ ଚା’ରେ କ’ଣ ରହିଛି ଉପକାରିତା ଆସନ୍ତୁ ଜାଣିବା । ଓଜନ ହ୍ରାସ ଏବଂ ସୁସ୍ଥ ରହିବା ପାଇଁ ସାଧାରଣତଃ ଲୋକମାନେ ଗ୍ରୀନ ଟି ଏବଂ ବ୍ଲାକ ଟି ପିଇଥାନ୍ତି । ଆଜିକାଲି ବଜାରରେ ଅନେକ ପ୍ରକାରର ହର୍ବାଲ ଟି ଉପଲବ୍ଧ ହେଉଛି, ଯାହା ଆପଣଙ୍କୁ ସୁସ୍ଥ ରଖିବା ସହିତ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ । କିନ୍ତୁ ଏପରି କିଛି ଚା’ ରହିଛି ଯାହାକୁ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରି ପିଇପାରିବେ । ଏହାଦ୍ୱାରା କେବଳ ଓଜନ ହ୍ରାସ ହେବ ନାହିଁ ବରଂ କୋଲେଷ୍ଟ୍ରଲ, କ୍ୟାନ୍ସର, ଡାଇବେଟିସ ଏବଂ ହାର୍ଟ ଡିଜିଜର ଆଶଙ୍କା ମଧ୍ୟ କମ ରହିବ । କଦଳୀ ଚା’: – ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଏହି ଚା’ ଆପଣଙ୍କ ପାଇଁ ଅତ୍ୟନ୍ତ ଉତ୍ତମ ହେବ । ଏଥିପାଇଁ ୧,୧/୨ କପ୍ ପାଣିରେ ଏକ ପାଚିଲା କଦଳୀକୁ ୫-୧୦ ମିନିଟ ପର୍ଯ୍ୟନ୍ତ ସିଝାନ୍ତୁ । ତାହାପରେ ଏଥିରେ ଡାଲଚିନି କିମ୍ବା ମହୁ ମିଶାଇ ପିଅନ୍ତୁ । ତୁଳସୀ ଚା:- ଏହି ଚା’ ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ୍ୟ କାରଣ ଏଥିରେ ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ । ଏଥିସହିତ ଏହା ଗୁଡ କୋଲେଷ୍ଟ୍ରଲକୁ ମଧ୍ୟ ବଢ଼ାଇଥାଏ । ଏଥିପାଇଁ ୧ କପ ପାଣିରେ ୫-୬ଟି ତୁଳସୀ ପତ୍ର, ଗୁଜରାତି ଏବଂ ଅଦା ପକାଇ ଏହାକୁ ୩ ମିନିଟ ଫୁଟାଇ ଛାଣି ନିଅନ୍ତୁ । ଏହାପରେ ୧ ଚାମଚ ମହୁ ଏବଂ ଲେମ୍ବୁ ରସ ମିଶାଇ ପିଅନ୍ତୁ । ଲେମ୍ବୁ ଚା’:- ୧ କପ ପାଣିରେ ୧/୨ ଚାମଚ ଗୁଣ୍ଡ, ଅଦା, ପୁଦିନା ପତ୍ର ମିଶାଇ ଫୁଟାନ୍ତୁ । ଏଥିରେ ୧/୪ ଲେମ୍ବୁ ରସ, ୧ ଟେବୁଲ ଚାମଚ ମହୁ କିମ୍ବା ଚିନି ମିଶାଇ ପିଅନ୍ତୁ । ଆପଣ ଏହାକୁ ଦିନରେ ୨-୩ ଥର ପିଇପାରିବେ । ଏହି ଚା’ ଧମନୀରେ ରକ୍ତ ଜମାଟ ବାନ୍ଧିବାକୁ ରୋକିଥାଏ, ଯାହା ହୃଦଘାତ ଏବଂ ହୃଦରୋଗର ଆଶଙ୍କା ମଧ୍ୟ କମ କରିଥାଏ । ନୀଳ ଚା’:- ନୀଳ ଚା’ ଡାଇବେଟିସ ଏବଂ କ୍ୟାନ୍ସର ରୋଗରୁ ରକ୍ଷା କରିଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ୟାନରେ ୧ କପ ପାଣି ଗରମ କରନ୍ତୁ । ଏହାପରେ ଏଥିରେ ୪-୫ ଅପରାଜିତା ଫୁଲ ପକାଇ ଭଲ ଭାବରେ ଫୁଟାନ୍ତୁ । ଏବେ ସେଥିରେ ଅଳ୍ପ ମହୁ ମିଶାଇ ପିଅନ୍ତୁ । ପୁଦିନା ଚା’:- ପୁଦିନା ପତ୍ରକୁ ୧ କପ ପାଣିରେ ୫ ମିନିଟ ପାଇଁ ଫୁଟାନ୍ତୁ । ତା’ପରେ ଏହାକୁ ଛାଣି ଏଥିରେ ମହୁ ସହିତ ମିଶାଇ ପିଅନ୍ତୁ । ଏହା କେବଳ ଓଜନ ହ୍ରାସ କରିବାରେ ସାହାଯ୍ୟ କରି ନଥାଏ, ବରଂ ଏହି ଚା’ ବିଭିନ୍ନ ରୋଗକୁ ମଧ୍ୟ ଦୂରେଇ ରଖିଥାଏ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!