ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଚା ଦୋକାନ କରି ମଦ ବିକୁଥିଲେ । ଏମିତି ଅଭିଯୋଗରେ ଖାରବେଳନଗର ଥାନା ପୁଲିସ୍ ୨ଜଣଙ୍କୁ ଗିରଫ କରିଛି । ସେ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନାର ପ୍ରମୋଦ ପୃଷ୍ଟି (୪୨) ଓ କନ୍ଧମାଳ ଜିଲା ଖଜୁରିଆପଡା ଥାନାର ବିଶ୍ୱଜିତ ସାହାଣୀ (୧୯) । ସେମାନଙ୍କୁଠୁ ପୁଲିସ ୫୦ ଲିଟର ଦେଶୀ ମଦ ଜବତ କରିଛି । ବିଶ୍ୱଜିତଙ୍କ ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟ ଏକ ହୋଟେଲ କଡ଼ରେ ଚା ଦୋକାନ ଅଛି । ଅଧିକ ଟଙ୍କା ରୋଜଗାର ଆଶାରେ ପ୍ରମୋଦ ତାଙ୍କୁ ମଦ ବେପାର କରିବାକୁ ପ୍ରଲୋଭିତ କରିଥିଲେ । ରାତିରେ ଲୁଚାଛପାରେ ସେଠାରେ ଚା ଗ୍ଲାସରେ ମଦ ପରସା ଯାଉଥିଲା । ପୁଲିସ ଖବର ପାଇ ରାତିରେ ଚଢଉ କରି ୨ ଅଭିଯୁକ୍ତଙ୍କୁ ଧରିଥିଲା ।






