ନୟାଗଡ଼, (ବାଘୁଆବାର୍ତ୍ତା): ବଡ଼ପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଯକ୍ଷ୍ମା ମୁକ୍ତ ଭାରତ କ୍ୟାମ୍ପନିଙ୍ଗ ୨୪ ମାର୍ଚ୍ଚ ରୁ ୧୩ ଏପ୍ରିଲ ୨୦୨୨ ତାରିଖ ଯାଏଁ ଚାଲିବ । ଯକ୍ଷ୍ମା ରୋଗକୁ ସମ୍ପୂର୍ଣ୍ଣ ମୁଳପୋଛ ପାଇଁ ସ୍ୱାସ୍ଥ୍ୟ ବିଭାଗ ପର୍ଯ୍ୟରୁ ବ୍ଲକ ମାନଙ୍କରେ ଗ୍ରାମ ସଭା, ଏସଏସଜି ଗ୍ରୁପ, ସ୍କୁଲ ମାନଙ୍କରେ ପିଲାମାନଙ୍କୁ ଯାଇ ଯକ୍ଷ୍ମା ରୋଗ ସମ୍ବନ୍ଧରେ ସଚେତନତା କରାଯାଉ ଅଛି । ବ୍ଲକରେ ୧୪ଟି ଆୟୁଷ୍ମାନ ଭାରତ ହେଲ୍ଥ ଏବଂ ୱେଲନେସ ମାନଙ୍କଠାରେ କଫ ସଂଗ୍ରହ ଶିବିର କରାଯାଇ ଅଛି । ଯକ୍ଷ୍ମା ରୋଗର ଲକ୍ଷ୍ୟଣ ଥିବା ଲୋକଙ୍କୁ ଆଣି କଫ ସଂଗ୍ରହ କରାଯାଉ ଅଛି । ବଢ଼ିଆ ସାହି, ଭାଟସାହି, ଗଦାଧରପ୍ରସାଦ, ଗମ୍ବାରିଡିହି, ହରିପୁର, ଜହ୍ନିପଦା, ଜେମାଦେଇପୁର, କେନ୍ଦୁଢିପି, ଲକ୍ଷ୍ମୀପ୍ରସାଦ, ନରସିଂହପ୍ରସାଦ, ରାଜପାଟଣା, ସରଧାପୁର, ତୁଲସିପୁର, ବାଉଁଶିଆପଡ଼ା ଗ୍ରାମରେ ସ୍ୱାସ୍ଥ୍ୟ ସଚେତନତା କରାଯାଇଅଛି । ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ ଦଳବେହେରା ସ୍ୱାସ୍ଥ୍ୟ ପରିଦର୍ଶନ ଭଗତ ବେହେରା, ଗୁଣନିଧି ରାଉତ, ବ୍ଲକର ସମସ୍ତ କମିଟି ହେଲ୍ଥ ଅଫିସର ଏହି ଅଭିଯାନରେ ସାମିଲ ହୋଇ ସଚେତନ କରାଉଛନ୍ତି ।






