Wednesday, February 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟାଟା ଏକାଡେମୀ ୨-୧ରେ ବିଜୟୀ

by ସଞ୍ଜୟ ସ୍ୱାଇଁ
December 3, 2019
in Nayagarh, Sports
ଟାଟା ଏକାଡେମୀ ୨-୧ରେ ବିଜୟୀ
11
VIEWS
Share on FacebookShare on Twitter

ନୟାଗଡ଼ ସର୍ବ ଭାରତୀୟ ଫୁଟବଲ ଟୁନାମେଣ୍ଟ

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଖେଳପଡ଼ିଆରେ ସର୍ବଭାରତୀୟ ଫୁଟବଲ କପ ଦ୍ୱିତୀୟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟାଟା ଏକାଡେମୀ ଏବଂ ସାଇଟ୍ ସ୍ପୋର୍ଟ୍ସ ସୋସାଇଟ୍ ବଲାଙ୍ଗିରୀ ମଧ୍ୟରେ ଖେଳ ସଂଘର୍ଷ ପୂର୍ଣ୍ଣ ହୋଇଥିଲା । ଖେଳର ଦୁଇ ମିନିଟ ପରେ ଟାଟା ଏକାଡେମୀ ବଲାଙ୍ଗୀରୀକୁ ଏକ ଗୋଲ ଦେଇଥିଲା । ଏହାପରଠାରୁ ଖେଳ ଅତି ରୋମାଞ୍ଚକର ହୋଇଥିଲା । ଦ୍ୱିତୀୟାର୍ଦ୍ଧରେ ଟାଟା ଏକାଡେମୀ ସାଇଟ୍ ସ୍ପୋର୍ଟ୍ସ ସୋସାଇଟ୍ ବଲାଙ୍ଗିରୀକୁ ଆଉ ଏକ ଗୋଲ ଦେଇଥିଲା । କିଛିମୂହୁର୍ତ୍ତରେ ସାଇଟ୍ ସ୍ପୋର୍ଟ୍ସ ସୋସାଇଟ୍ ବଲାଙ୍ଗିରୀ ପକ୍ଷରୁ ଟାଟା ଏକାଡେମୀକୁ ଏକ ଗୋଲ ଦିଆଯାଇଥିଲା । ଖେଳ ଶେଷ ହେବା ବେଳକୁ ଟାଟା ଏକାଡେମୀ ୨-୧ ଗୋଲରେ ବିଜୟ ଲାଭ କରିଥିଲା । ଆଜିର ଫୁଟବଲ ଟୁନାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଡା. ଆଶିଷ କୁମାର ଦୀକ୍ଷିତ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଫୁଟବଲ ଖେଳାଳୀ ପ୍ରଫୁଲ କୁମାର ମିଶ୍ର, ଟାଉନଥାନା ଅଧିକାରୀ ଜୟଦୀପ ମହାନ୍ତି, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରମୂଖ ଯୋଗ ଦେଇ ଖେଳାଳୀଙ୍କ ଉତ୍ସାହିତ କରିଥିଲେ । ଆଜିର ମ୍ୟାଚରେ ସାଇଟ୍ ସ୍ପୋର୍ଟ୍ସ ସୋସାଇଟ୍ ବଲାଙ୍ଗିରୀ ଟିମ୍ର ୧୪ ନଂ ଖେଳାଳୀ ରାକେଶ ଓରାମ୍ ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ । ମୁଖ୍ୟ ରେଫରୀ ଭାବେ ପ୍ରଦୀପ ନାୟକ ଆଜିର ଖେଳ ପରିଚାଳନା କରିଥିଲେ । ରେଫରୀ ଶେଷଦେବ ବେହେରା, ଅଶୋକ କହଁର ଓ ୪ର୍ଥ ରେଫରୀ ଭାବେ ରାଜୁ ମହାନ୍ତି ତାଙ୍କୁ ସହାୟତା କରିଥିଲେ । ଖେଳର ଧାରା ବିବରଣୀ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଆଶୁତୋଷ ମିଶ୍ର, ଶେଖ୍ ଅବଦୁଲ ଖାଲିକ ପ୍ରଦାନ କରିଥିଲେ । ଆସନ୍ତାକାଲି ନୟାଗଡ଼ ସର୍ବଭାରତୀୟ ଫୁଟବଲ କପର ପ୍ରଥମ ସେମୀଫାଇନାଲ ଟାଟା ଏକାଡେମୀ ଟାଟା ବନାମ୍ ଚାନ୍ଦିନୀ କ୍ଲବ କଲିକତା ମଧ୍ୟରେ ଅନୁଷ୍ଠିତ ହେବ ।

 

 

Leave a Reply Cancel reply

Your email address will not be published. Required fields are marked *

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!