ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳ ଫତେଗଡ ଥାନା ବାହାଡା ଗ୍ରାମ ପଦ୍ମ ପୋଖରୀ ଠାରେ ଟାଟାଏସି ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ର୍ଦୁଘଟଣାରେ ଦୁଇଜଣ ବାଇକ୍ ଆରୋହି ଗୁରୁତର ଆହତ ହୋଇ ନୟାଗଡ଼ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି।ଟାଟାଏସି ଗାଡ଼ି ନଂ ଓଡି୨୫ ଜି ୨୮୯୫ ର ଡ୍ରାଇଭର ଅତ୍ୟନ୍ତ ମଦ ପାନ କରି ଭାପୁର ରୁ ବାହାଡା ଅଭିମୁଖେ ଆସୁଥିଲା ବାହାଡା ରୁ ନିଜ ଗ୍ରାମ ବନମାଳୀପୁର ପଞ୍ଚାୟତର ପୁରୁଷୋତ୍ତମ ପୁର ଫେରୁଥିବା ସମୟରେ ଦୂର୍ଘଟଣା ଘଟିଥିଲା ବାଇକ୍ ଆରୋହି ବ୍ରଜବନ୍ଧୁ ସେଠୀ ଅନ୍ୟ ଜଣେ ରମେଶ ଚନ୍ଦ୍ର ସେଠୀ ବୋଲି ଜଣାପଡିଛି।







