Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତାରାଙ୍କ ପ୍ରଶ୍ନ, କୁଆଡ଼େ ଗଲା ‘ସୁଭଦ୍ରା’ ଏସ୍‌ଓପି

by ସଞ୍ଜୟ ସ୍ୱାଇଁ
August 19, 2024
in Feature News
ତାରାଙ୍କ ପ୍ରଶ୍ନ, କୁଆଡ଼େ ଗଲା ‘ସୁଭଦ୍ରା’ ଏସ୍‌ଓପି
140
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ‘ସୁଭଦ୍ର’ ଯୋଜନା ମାଧ୍ୟମରେ ମହିଳାଙ୍କୁ ହାତ ଖର୍ଚ୍ଚ ଦେବେ ରାଜ୍ୟ ସରକାର। ସେଥିପାଇଁ ବଜେଟ୍‌ରେ ବ୍ୟୟବରାଦ କରିଥିଲେ। ଅଗଷ୍ଟ ୧୫ ତାରିଖ ସୁଦ୍ଧା ‘ସୁଭଦ୍ରା’ ଯୋଜନାର ଏସ୍‌ଓପି ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ହେଲେ ସ୍ୱାଧୀନତା ଦିବସ ଯାଇ ରାକ୍ଷୀ ଆସିଲାଣି। ହେଲେ ‘ସୁଭଦ୍ରା’ ଯୋଜନାର ଏସ୍‌ଓପି ଆସିଲା ନାହିଁ। ଏହାକୁ ନେଇ ସମାଲୋଚନା କରିଛି କଂଗ୍ରେସ। କୁଆଡ଼େ ଗଲା ‘ସୁଭଦ୍ରା’ ଯୋଜନାର ଏସଓପି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଶ୍ରୀ ବାହିନୀପତି କହିଛନ୍ତି, ଉପମୁଖ୍ୟ ମନ୍ତ୍ରୀ ଘୋଷଣା କରିଥିଲେ ଅଗଷ୍ଟ ୧୫ ତାରିଖରେ ସୁଭଦ୍ରା ଯୋଜନା ଏସଓପି ଆସିବ। ହେଲେ ଅଗଷ୍ଟ ୧୫ ଯାଇ ରାକ୍ଷୀ ପୂର୍ଣ୍ଣିମା ହେଲା, ‘ସୁଭଦ୍ରା’ ଯୋଜନା ଏସ୍‌ଓପି ଆସିଲା ନାହିଁ। ମଜୁରିଆଙ୍କୁ ଆଜି ନାହିଁ, କାଲିକି ଆସ କହିବା ଭଳି ‘ସୁଭଦ୍ରା’ ଯୋଜନା ଏସ୍‌ଓପି କ୍ଷେତ୍ରରେ ସେହିଭଳି କରୁଛନ୍ତି। ତୁରନ୍ତ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନା ଏସ୍‌ଓପି ଆଣନ୍ତୁ। ନଚେତ କଂଗ୍ରେସ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବ ବୋଲି ତାରା କହିଛନ୍ତି। ତାରା ଆହୁରି ମଧ୍ୟ କହିଛନ୍ତି, ଆଗାମୀ ଦିନରେ କଂଗ୍ରେସ ପୋଲାଭରମ୍‌, କୋଟିଆ ପ୍ରସଙ୍ଗକୁ ଜୋରଦାର କରିବ। ଏହାଛଡ଼ା ଆଦିବାସୀଙ୍କ ପାଇଁ କଂଗ୍ରେସ ସରକାର ପେସା ଆଇନ୍ ଆଣିଥିଲେ। ହେଲେ ଆଜି ପର‌୍ୟ୍ୟନ୍ତ ରାଜ୍ୟ ସରକାର ପେସା ଆଇନ୍ ଲାଗୁ କରିନାହାନ୍ତି। ଖାଲି ଭଣ୍ଡାଇ ଚାଲିଛନ୍ତି। ଖୁବ୍‌ଶୀଘ୍ର ରାଜ୍ୟ ସରକାର ପେସା ଆଇନ୍ ଲାଗୁ କରାନ୍ତୁ। ସେହିପରି ବେକାରୀ ସମସ୍ୟା, ଆଳୁ ପରି ଅନେକ ପ୍ରସଙ୍ଗ କଂଗ୍ରେସ ଉଠାଇବ ବୋଲି ତାରା କହିଛନ୍ତି।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!