Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତାରାଙ୍କ କଲର୍‌ ଧରିବା ପ୍ରସଙ୍ଗ, ଜୟନାରାୟଣ କହିଲେ ୨୦୦୧ରେ ମୋତେ ମାରିଥିଲେ

by ସଞ୍ଜୟ ସ୍ୱାଇଁ
March 13, 2025
in State
ତାରାଙ୍କ କଲର୍‌ ଧରିବା ପ୍ରସଙ୍ଗ, ଜୟନାରାୟଣ କହିଲେ ୨୦୦୧ରେ ମୋତେ ମାରିଥିଲେ
246
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆରମ୍ଭରୁ ବିଧାନସଭାରେ ମୁହାଁମୁହିଁ ହେଲେ ଶାସକ ବିରୋଧୀ। ଗୃହ ମଧ୍ୟଭାଗକୁ ଆସି ବିରୋଧୀ ପ୍ରବଳ ହଟ୍ଟଗୋଳ କଲେ। ଉଭୟ ବିଜେଡି-କଂଗ୍ରେସ ମିଶି ଏମିତି ପ୍ରତିବାଦ କଲେ ଯେ ବାଚସ୍ପତିଙ୍କୁ ଦୁଇ ଦୁଇ ଥର ଗୃହକୁ ମୁଲତବୀ ରଖିବାକୁ ପଡିଥିଲା। ପୋଲାଭରମ ପ୍ରସଙ୍ଗ ଆଲୋଚନା କରିବାକୁ ବିଜେଡି ଦାବି କରୁଥିବାବେଳେ ନାରୀ ର୍ନିଯାତନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କଲା କଂଗ୍ରେସ। ତେବେ ଏହାରି ଜୟନାରାୟଣ କହିଛନ୍ତି, ତାରା ମୋତେ ୨୦୦୧ରେ ମାରିଥିଲେ। ଯାହାକୁ ନେଇ ତାରା ବଡ଼ କହିଛନ୍ତି, ବିଧାନସଭାରେ ଜୟନାରାୟଣଙ୍କୁ କେବେ ମାରିଥିଲି ମୋର ମନେନାହିଁ। ତାଙ୍କର ପ୍ରଖର ସ୍ମରଣଶକ୍ତି। ସେ ମନେ ରଖିଥିବେ। ସରକାରଙ୍କର ମୋ ଉପରେ ଆଉ ମୋ ଦଳ ଉପରେ ଭାରି ଡର। ସେଥିପାଇଁ ସେ ଆମ ଉପରେ ଆକ୍ସନ ନେବାକୁ ବାଧ୍ୟ ହୋଇଛନ୍ତି। ତାଙ୍କର କେତେକ ମନ୍ତ୍ରୀ ଏବେ ଚାପରେ ଅଛନ୍ତି। ସେଦିନ ସେ ମୋର କଲର୍‌ ଧରିଥିଲେ। ହେଲେ ମୁଁ ମାଡପିଟ୍‌ ମୁଡ୍‌ରେ ନ ଥିଲି। ମୁଁ ମାରିଥିଲେ ଆଉ ରହି ନ ଥାନ୍ତେ। କଂଗ୍ରେସ ସଦସ୍ୟ ବିଧାନସଭା ବୟକଟ କରି ଗୁରୁବାର ପୁଣି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। କଂଗ୍ରେସ ସଦସ୍ୟମାନେ ଆଜି ବି ପ୍ରଶ୍ନକାଳରେ ସାମିଲ ହୋଇନାହାନ୍ତି। କଳାପଟି ବାନ୍ଧି ଧାରଣାରେ ବସିଛନ୍ତି । ଏଥିରେ ସାମିଲ ହୋଇଛନ୍ତି ପିସିସି ସଭାପତି ଭକ୍ତ ଦାସ। ତାରାଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ କଂଗ୍ରେସ ଆଜି ମଧ୍ୟ ଅଡ଼ି ବସିଛି। କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତିଙ୍କୁ ବିଧାନସଭାରୁ ୭ ଦିନ ଲାଗି ନିଲମ୍ବନ ଘଟଣାକୁ ତାଙ୍କ ଦଳ ସହଜରେ ଗ୍ରହଣ କରିନାହିଁ। ଶାସକ ଭାଜପା ଗୃହରେ ଏନେଇ ଆଣିଥିବା ମୋଶନକୁ ଗୃହରେ ବାଚସ୍ପତି ଗ୍ରହଣ କରିବା ଘଟଣାକୁ କଂଗ୍ରେସ ତୀବ୍ର ବିରୋଧ କରିବା ଆରମ୍ଭ କରିଛି। ଏହାପରଠାରୁ କଂଗ୍ରେସ ସଦସ୍ୟମାନେ ଗୃହ କାର୍ଯ୍ୟକୁ ବୟକଟ୍‌କରି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଉଛନ୍ତି। ଅନ୍ୟପଟେ ଏହି ଘଟଣା ସମେତ ନାରୀ ନିର୍ଯାତନା ବିରୋଧରେ ଓ ନାରୀ ସଶକ୍ତୀକରଣକୁ ମୁଖ୍ୟ ପ୍ରସଙ୍ଗକରି ଆସନ୍ତା ୨୭ରେ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯିବ। ଏନେଇ ବୁଧବାର କଂଗ୍ରେସ ଭବନଠାରେ ଆୟୋଜିତ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତିି ହୋଇଛି। ଅନ୍ୟପଟେ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ତାରାଙ୍କ ବାସଭବନରେ ତାଙ୍କୁ ଭେଟି ସମର୍ଥନ ଦେଇ ଫେରିଛନ୍ତି। ଏହାପରେ ତାରା ମଧ୍ୟ ଅଧିକ ଉତ୍ସାହିତ ହୋଇଥିବା ଜଣାଇଛନ୍ତି। ସେହିପରି ଏହି ଘଟଣାରେ ରାଜ୍ୟର ଏକମାତ୍ର କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକା ସଂସଦରେ ଉକ୍ତ ପ୍ରସଙ୍ଗ ଉଠାଇଛନ୍ତି। ସେ ପାର୍ଲାମେଣ୍ଟରେ କହିଛନ୍ତି, ରାଜ୍ୟ ବିଧାନସଭାରେ ନାରୀ ନିର୍ଯାତନା, ଅପରାଧ ପ୍ରସଙ୍ଗ ଉଠାଇବାରୁ ବିରୋଧୀଙ୍କୁ ଆକ୍ରମଣ କରାଯାଇଛି। ଏହା ଦୁର୍ଭାଗ୍ୟଜନକ ଘଟଣା ହୋଇଥିବା ବେଳେ ଏହାର ତଦନ୍ତ ଲାଗି ଏକ କମିଟି ଗଠନ କରିବାକୁ ସେ ଦାବି କରିଛନ୍ତି। ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଭାରୀ ଲଲ୍ଲୁ ଓ ଅଖିଳ ଭାରତ କଂଗ୍ରେସ ସମ୍ପାଦିକା ରୋଜାଲୀନା ତିର୍କୀ ଯୋଗଦେଇଥିଲେ। ବୈଠକ ପରେ ଲଲ୍‌ୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ରାଜ୍ୟରେ ୮ ମାସ ହେଲା ଚାଲିଥିବା ଭାଜପା ସରକାର ଅମଳରେ ବହୁ ମାତ୍ରାରେ ମହିଳାଙ୍କ ଉପରେ ନିର୍ଯାତନା ବଢ଼ିଚାଲିଛି। ଗୃହରେ ଏହି ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ପ୍ରଶ୍ନ କରୁଥିବାବେଳେ ତାରା ବାହିନୀପତିଙ୍କୁ ଗାଳିଦେଇ, ମାଡ଼ ମାରି ଶେଷରେ ନିଲମ୍ବିତ କରିଦିଆଗଲା। ଭାଜପା ଦିଲ୍ଲୀ ସମେତ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଗଣତନ୍ତ୍ରର ହତ୍ୟା କରିଛି। ବୈଠକରେ କଂଗ୍ରେସର ସବୁ ନେତା ନିଷ୍ପତ୍ତି କଲେ ମହିଳାଙ୍କ ଅସ୍ମିତା ପାଇଁ ୨୭ରେ ବିଧାନସଭା ଘେରାଉ କରାଯିବ। ଭକ୍ତ ଚରଣ ଦାସ କହିଛନ୍ତି, ଓଡ଼ିଶାରେ ନାରୀଙ୍କ ପ୍ରତି ଅତ୍ୟାଚାର ଓ ଶିଶୁଙ୍କ ଉପରେ ଯାୈନ ଶୋଷଣ ସୀମା ଲଙ୍ଘିଛି। କଂଗ୍ରେସ ଏହାକୁ ଗୁରୁତ୍ୱର ସହ ନେଇ ରାଜ୍ୟବ୍ୟାପୀ ଜିଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜରାସ୍ତାକୁ ଓହ୍ଲାଇଛି। ବିଧାନସଭା ଭିତରେ କଂଗ୍ରେସର ବିଧାୟକମାନେ ଏହାର ପ୍ରତିବାଦ କରିବାକୁ ଗଲାବେଳେ ସେମାନଙ୍କ ଉପରେ ଆକ୍ରମଣ ଓ ବରିଷ୍ଠ ବିଧାୟକ ବାହିନୀପତିଙ୍କୁ ୭ ଦିନ ପାଇଁ ନିଲମ୍ବନ ଘଟଣାକୁ ସେ ନିନ୍ଦା କରିବା ସହିତ ଏହାର ଦୃଢ଼ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

April 14, 2026
ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

April 14, 2026
ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

April 14, 2026
ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

April 14, 2026
ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

April 14, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!