ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନ କଦଳୀବନ୍ଧ ନିକଟରେ ଏକ ତେଲ ଟ୍ୟାଙ୍କର ଓ ସ୍କୁଟି ମଧ୍ୟରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଚାଳକ ଗୁରୁତର ହୋଇଥିବା ଜଣାପଡିଛି।ଗୁରୁତର ସ୍କୁଟି ଚାଳକ ବିଲମାନପୁର ଗ୍ରାମର ବିନୋଦ କୁମାର ଜେନା।ସୂଚନା ଅନୁଯାୟୀ ଆଜି ଅପରାହ୍ନ ସମୟରେ ଓଡ଼ି୦୫ଏଭି୫୦୯୯ ନଂ ବିଶିଷ୍ଟ ଏକ ତେଲ ଟ୍ୟାଙ୍କର ରଙ୍ଗଣୀପାଟଣା ନିକଟ ପେଟ୍ରୋଲ ଟାଙ୍କିରେ ତେଲ ଅନଲୋଡ଼ କରି ନୟାଗଡ଼ ଅଭିମୁଖେ ଫେରୁଥିବା ସମୟରେ କଦଳୀବନ୍ଧ ନିକଟରେ ଅପରପାଶ୍ୱରୁ ଘସାଦେଇପୁର ସରକାରୀ ପଲ୍ଲୀଟେକନିକ ଠାରେ ନିଜ ବନ୍ଧୁଙ୍କୁ ଛାଡି ନିଜ ଗାଁ ଅଭିମୁଖେ ଫେରୁଥିବା ଓଡ଼ି୨୫ସି୦୩୪୪ ନଂ ବିଶିଷ୍ଟ ସ୍କୁଟିକୁ ଧକ୍କା ଦେଇଥିଲା।ଯାହା ଫଳରେ ଘଟଣାସ୍ଥଳରେ ଚାଳକ ଗୁରୁତର ହୋଇପଡିଥିଲେ।ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ସେଠାରେ ଅବସ୍ଥା ଗୁରୁତର ହେବାରୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।ଖବର ପାଇ ଓଡ଼ଗାଁ ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତେଲ ଟ୍ୟାଙ୍କର ଓ ଦୁର୍ଘଟଣାଗ୍ରସ୍ତ ସ୍କୁଟିକୁ ଜବତ କରିଅଛି।