ଟାଙ୍ଗି, (ବାଘୁଆବାର୍ତ୍ତା): ଟାଙ୍ଗି ଥାନା ଚଣ୍ଡେଶ୍ୱର ମୁଣ୍ଡାଳ ରାସ୍ତାରେ ଠିକାଦାରଙ୍କୁ ଗୁଳି କରି ହତ୍ୟାର ପର୍ଦ୍ଦାଫାସ । ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରିଛି ଟାଙ୍ଗି ଥାନା ପୋଲିସ । ଗତ ରବିବାର ଗୁଳିମାଡ଼ରେ ସୁଶାନ୍ତ ରାଉତଙ୍କ ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମନୋଜ ପରିଡା । ଅଭିଯୁକ୍ତଙ୍କଠାରୁ ଗୋଟିଏ ପିସ୍ତଲ, ଗୁଳି ଓ ୩ଟି ବାଇକ୍ ଜବତ ହୋଇଛି । ମୁଖ୍ୟ ଅଭିଯୁକ୍ତ ମନୋଜ ପରିଡା ନାଁରେ ୧୫ରୁ ଅଧିକ ମାମଲା ରହିଛି ।





