ଟାଙ୍ଗୀ, (ବାଘୁଆବାର୍ତ୍ତା): ଜଣେ ୧୪ ବର୍ଷ ନାବାଳିକା କୁ ଅସଦବ୍ୟବହାର କରିଥିବା ଅଭିଯୋଗ ରେ ଜଣେ ଯୁବକଙ୍କୁ ଟାଙ୍ଗୀ ଥାନା ଆଇଆଇସି ସୁଶାନ୍ତ କୁମାର ବେହେରା ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ନିଜେ ତଦନ୍ତ କରୁଥିବା ଜଣାପଡିଛିା ତେବେ ସଂପୃକ୍ତ ନାବାଳିକା କୁ ଭୁବନେଶ୍ବର ସ୍ଥିତ ପୋସ୍କୋ କୋର୍ଟରେ ହାଜର କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ଘଟଣାରୁ ପ୍ରକାଶ ଘରେ କେହି ନଥିବା ସୁଯୋଗ ନେଇ ଏହି ଥାନା ଅଧିନସ୍ଥ ଜରିପଡା ମଣ୍ଡପ ସାହିର କାଳୁ ସାମନ୍ତରାୟ(୪୨) ବାଉଁଶମୂଳ ଅଞ୍ଚଳରେ ରହୁଥିବା ଜଣେ ନାବାଳିକକୁା ଅସଦବ୍ୟବହାର କରିବା ସହ ପୁରୀ ବୁଲି ଯିବା ପାଇଁ ସଂପୃକ୍ତ ନାବାଳିକାକୁ ବାଧ୍ୟ କରିଥିଲା। ତେବେ ଅସହାୟ ହୋଇ ନାବାଳିକା ଜଣକ ଜୋରରେ ପାଟି କରିବା ରୁ ଯୁବକ ଘଟଣା ସ୍ଥଳରୁ ପଳାଇ ଯାଇଥିଲା। ସୋରଣ ଅଞ୍ଚଳରେ ଦୋକାନ ଦେଇଥିବା ବାପା ଘରକୁ ଆସିବା ପରେ ଝିଅ ଠାରୁ ସବୁ ଘଟଣା ଶୁଣି ସଂପୃକ୍ତ ଯୁବକକୁ ପଚାରିବାରେ ନାବାଳିକା ର ବାପା କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଘଟଣା ପ୍ରଘଟ କଲେ ଜୀବନରେ ମାରିଦେବ ବୋଲି ଧମକ ଦେଇଥିବା ବାପା ଟାଙ୍ଗୀ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ଶ୍ରୀ ବେହେରା ଟାଙ୍ଗୀ ଥାନା ମୋକବ୍ଦମା ନମ୍ବର ୮୧୦ ଭାରତୀୟ ଦଣ୍ଡବିଧି ଧାରା ୩୩୨(ସି),୨୯୬,୭୪,୧୧୫(୨),୩୫୧(୨) ସମେତ ବିଭିନ୍ନ ଦଫାରେ ସଂପୃକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନାବାଳିକା କୁ ଭୁବନେଶ୍ବର ପୋସ୍କୋ କୋର୍ଟ ରେ ବୟାନ ରେକର୍ଡ କରିବା ପାଇଁ ହାଜର କରିଥିବା ଆଇଆଇସି ଶ୍ରୀ ବେହେରା ସୂଚନା ଦେଇଛନ୍ତି।





