ନୟାଗଡ଼,(ବାଘୁଆବାର୍ତ୍ତା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପଞ୍ଚାୟତ ବିନ୍ଧାଣିଆ ଗ୍ରାମରେ ନିଆଁ ଲାଗି ପାଞ୍ଚଟି ପରିବାରର ପନ୍ଦର ବଖରା ଚାଳ ଜଳି ପୋଡି ପାଉଁଶ ହୋଇଯାଇଛି । ନିଆଁ କିପରି ଲାଗିଲା କାରଣ ଜଣା ପଡି ନାହିଁ । କିଛିଦିନ ପୂର୍ବରୁ ମଧ୍ୟ ଏହି ଗ୍ରାମରେ ନିଆଁ ଲାଗି ବିପୁଳ କ୍ଷୟକ୍ଷତି ହୋଇଥିଲା । ଏହି ଗ୍ରାମର ଗୋପୀନାଥ ବେହେରା, ବୃନ୍ଦାବନ ବେହେରା, ରବୀନ୍ଦ୍ର ବେହେରା, ସୁଧାକର ବେହେରା ଓ କାର୍ତ୍ତିକ ବେହେରା ପ୍ରମୁଖଙ୍କ ପନ୍ଦର ବଖରା ଚାଳ ଘର ସ୍ୱଳ୍ପ ସମୟ ମଧ୍ୟରେ ଜଳିଗଲା । ଖୁବ ଜୋରରେ ପବନ ପ୍ରବାହିତ ହେବା ଯୋଗୁ ଘରେ ପଶି କୌଣସି ଆସବାବ ପତ୍ର ଧାନ ଚାଉଳ ଟଙ୍କା ପଇସା ସମେତ ଅନ୍ୟାନ୍ୟ ଘର କରଣା ସାମଗ୍ରୀ ଉଦ୍ଧାର କରା ଯାଇ ପାରିଲା ନାହିଁ । ଖବରପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଓ ଟାଙ୍ଗୀ ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ । ରାଜସ୍ବ କର୍ମଚାରୀମାନେ ବିପର୍ଣ୍ଣଙ୍କ କ୍ଷୟକ୍ଷତି ଆକଳନ କରିଥିବା ଜଣାପଡିଛି । ଟାଙ୍ଗୀ ସରପଞ୍ଚ କିଶୋର କୁମାର ବେହେରା ବିପର୍ଣ୍ଣ ପରିବାରକୁ ୫୨ କେଜି ଚାଉଳ ଓ ୨ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ।





