Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତମାଣ୍ଡୋ ହତ୍ୟାକାଣ୍ଡର ପର୍ଦ୍ଦାଫାସ

by ସଞ୍ଜୟ ସ୍ୱାଇଁ
June 22, 2024
in Crime, State
ତମାଣ୍ଡୋ ହତ୍ୟାକାଣ୍ଡର ପର୍ଦ୍ଦାଫାସ
142
VIEWS
Share on FacebookShare on Twitter

ତମାଣ୍ଡୋ, (ବାଘୁଆବାର୍ତ୍ତା): ତମାଣ୍ଡୋ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୋଲିସ । ସର୍ଟଟେମ୍ପର ଗୁଣ ଓ ମଦ ନିଶା ପାଇଁ ହୋଇଥିଲା ଛାତି ଥରାଇ ଦେବାଭଳି ହତ୍ୟାକାଣ୍ଡ। ଅଭିଯୁକ୍ତର ନାଁ ରଞ୍ଜନ ଦୀପ । ଘର ବୌଦ୍ଧ । ଗତକାଲି ତମାଣ୍ଡୋ ଥାନା ଅର୍ନ୍ତଗତ ରେତଙ୍ଗ ରୋଡର ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ମିଳିଥିଲା। ମୃତ ବ୍ୟକ୍ତି ହେଲେ ଖୋର୍ଦ୍ଧା ଅଞ୍ଚଳର ସୁଶାନ୍ତ ଶତପଥୀ। ଘଟଣାସ୍ଥଳରେ ତମାଣ୍ଡୋ ପୋଲିସ ଓ ସାଇଣ୍ଟିଫିକ ଟିମ ଛାନବିନ କରିଥିଲେ । ଅଭିଯୁକ୍ତ ରଞ୍ଜନ ଓ ସୁଶାନ୍ତ ଏକାଠି ଭଡ଼ା ଘରେ ରହୁଥିଲେ। ସୁଶାନ୍ତ ରୋଷେୟା ଭାବେ କାମ କରୁଥିବା ବେଳେ, ରଞ୍ଜନ ମିସ୍ତ୍ରୀ ଭାବେ କାମ କରନ୍ତି। ଗୁରୁବାର ରାତିରେ ଉଭୟ ନିଶାଶକ୍ତ ଅବସ୍ଥାରେ ଥିଲେ। ସୁଶାନ୍ତ ଅଧିକାଂଶ ସମୟରେ ରଞ୍ଜନଙ୍କୁ ମାନସିକ ଓ ଶାରୀରିକ ଅତ୍ୟାଚାର କରୁଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ସୁଶାନ୍ତଙ୍କୁ ରଂଜନ ଲୁହାଛଡ଼ରେ ନିସ୍ତୁକ ମାଡ଼ ମାରିଥିଲା। ଏଥିରେ ସେ ରକ୍ତାକ୍ତ ହୋଇଥିଲେ।‌ ସୁଶାନ୍ତଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତ ଜଣଙ୍କ ନାଁରେ ପୂର୍ବରୁ ୩ଟି ସଙ୍ଗୀନ ଅଭିଯୋଗ ରହିଛି । ୨୦୧୯ ମସିହାରେ ବୌଦ୍ଧ ପୁରୁଣା କଟକ ଥାନାରେ ଅଭିଯୁକ୍ତ ନାଁରେ ରେପ ଆଣ୍ଡ ମର୍ଡର, ୨୦୧୬ ମସିହାରେ ବାପାଙ୍କୁ ଶାରୀରିକ ଅତ୍ୟାଚାର ଓ ୨୦୧୦ ମସିହାରେ ଅପହରଣ ଭଳି ସାଙ୍ଘାତିକ ଅପରାଧ ସେ ଘଟାଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!