କାବୁଲ୍, (ବାଘୁଆବାର୍ତ୍ତା): ତାଲିବାନ୍ ଆଫଗାନିସ୍ତାନକୁ କବ୍ଜାକୁ ନେବା ପରେ ସାରା ବିଶ୍ୱ ସେଠାକାର ନାଗରିକ ମାନଙ୍କ ପାଇଁ ଚିନ୍ତା ପ୍ରକଟ କରୁଛନ୍ତି । କିଛି ଦେଶ ତାଲିବାନ୍କୁ ସମର୍ଥନ ଦେବାକୁ ସିଧାସିଧା ମନା କରିଦେଇଛନ୍ତି । ହେଲେ ତାଲିବାନୀ ଶାସନକୁ ନେଇ ସବୁଠାରୁ ଅଧିକ ଖୁସି ଜାହିର କରିଛି ପାକିସ୍ତାନ । ଏମିତି କି ପାକିସ୍ତାନର କିଛି ସଂଗଠନ ଖୁସିରେ ବୁଲି ବୁଲି ମିଠା ମଧ୍ୟ ବାଣ୍ଟିଥିବା ଦେଖିବାକୁ ମିଳିଥିଲା । ଏହାରି ମଧ୍ୟରେ ଆଫଗାନିସ୍ତାନର ପୂର୍ବତନ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଗଣମାଧ୍ୟମ ସଂସ୍ଥା ୱିୟନ୍କୁ ଅମରୁଲ୍ଲା ଦେଇଥିବା ସାକ୍ଷାତକାରରେ ଆଫଗାନିସ୍ତାନକରେ ଆତଙ୍କବାଦୀ କାର୍ୟ୍ୟକଳାପକୁ ପାକିସ୍ତାନ ପ୍ରୋତ୍ସାହନ ଦେଉଛି । ଏହାର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ତାଲିବାନ୍ ମାନଙ୍କର ଫରେନ୍ ମିନିଷ୍ଟର ସାଜିଥିବା ସେ ଅଭିଯୋଗ ଆଣିଛନ୍ତି । ସାଲେହ ପାକିସ୍ତାନକୁ ଏନେଇ ଚ୍ୟାଲେଞ୍ଜ ଦେଇଛନ୍ତି, ଆଫଗାନିସ୍ତାନ ଯୁବକଙ୍କୁ ନେଇ ଉଠିଥିବା ବିବାଦ, କୋଭିଡ୍-୧୯ ଏବଂ ମରୁଡ଼ିକୁ ମୁକାବିଲା କରିବା ପାଇଁ ଆଫଗାନ ସରକାରଙ୍କୁ କୌଣସି ଅର୍ଥନୈତିକ ସାହାଯ୍ୟ କରିନାହାନ୍ତି । ସେ କହିଛନ୍ତି ଯେ, ପାକିସ୍ତାନୀମାନେ ଭୁଲ୍ ଭାବୁଛନ୍ତି । ଭୁଲ୍ ବିଚାର କରୁଛନ୍ତି । ତାଲିବାନ୍ମାନେ ମଧ୍ୟ କାବୁଲ୍କୁ କବ୍ଜା କରି ଭୁଲ୍ କରିଛନ୍ତି । ଯାହାଫଳରେ ନାଗରିକ ମାନେ ଦେଶ ଛାଡ଼ି ଚାଲି ଯାଉଛନ୍ତି । ବର୍ତ୍ତମାନ ପାକିସ୍ତାନ ତାଲିବାନୀଙ୍କୁ ସବ୍ସିଡି ଦେବାକୁ ବାହାରିଛି । ଯାହାର ପରିଣାମ ତାକୁ ଦିନେ ଭୋଗିବାକୁ ପଡ଼ିବ ।






