Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତିନି ଜିଲ୍ଲାକୁ ସ୍ଥାନୀୟ ଲୋକେ ଅକ୍ତିଆର କରିବା ପରେ ଆଫଗାନିସ୍ତାନ ପତାକା ଉଡାଉଥିବା ଦେଖିବାକୁ ମିଳିଛି

by ସଞ୍ଜୟ ସ୍ୱାଇଁ
August 21, 2021
in WORLD
ତିନି ଜିଲ୍ଲାକୁ ସ୍ଥାନୀୟ ଲୋକେ ଅକ୍ତିଆର କରିବା ପରେ ଆଫଗାନିସ୍ତାନ ପତାକା ଉଡାଉଥିବା ଦେଖିବାକୁ ମିଳିଛି
96
VIEWS
Share on FacebookShare on Twitter

କାବୁଲ, (ବାଘୁଆବାର୍ତ୍ତା): ଆଫଗାନିସ୍ତାନର ଖବର ସରବରାହ ସଂସ୍ଥା Asvaka ଅନୁଯାୟୀ ଦେଶର ତିନି ଜିଲ୍ଲାକୁ ଏବେ ସ୍ଥାନୀୟ ଲୋକେ ନିଜ ଅକ୍ତିଆରରେ ରଖିଛନ୍ତି। ଏହି ଜିଲ୍ଲାରେ ଥିବା ତାଲିବାନଙ୍କୁ ସ୍ଥାନୀୟ ଲୋକେ ଘଉଡେଇ ଦେଇଥିବା ସୂଚନା ରହିଛି। ସ୍ଥାନୀୟ ଲୋକେ ତାଲିବାନଙ୍କୁ ଘଉଡାଇବା ବେଳେ ହାତାହାତି ପରିସ୍ଥିତି ଉପୁଜିଥିଲା। ଏଥିରେ ୬୦ ତାଲିବାନୀ ଆହତ କିମ୍ୱା ପ୍ରାଣ ହରାଇଥିବା କୁହାଯାଇଛି। Asvaka ପକ୍ଷରୁ ଏକ ଭିଡିଓ ଟ୍ୱିଟ୍ କରି ସାର୍ବଜନୀନ କରାଯାଇଛି। ଯେଉଁଥିରେ ତିନି ଜିଲ୍ଲାକୁ ସ୍ଥାନୀୟ ଲୋକେ ଅକ୍ତିଆର କରିବା ପରେ ଆଫଗାନିସ୍ତାନ ପତାକା ଉଡାଉଥିବା ଦେଖିବାକୁ ମିଳିଛି। ଗତ ରବିବାର ପାଖରୁ ଆଫଗାନିସ୍ତାନର ପଞ୍ଜିଶିରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଅଞ୍ଚଳକୁ ତାଲିବାନ ଦଖଲ କରିଥିଲା। ହେଲେ ତାଲିବାନର ଅତ୍ୟାଚାରକୁ ବିରୋଧ କରି ନିକଟରେ ସ୍ଥାନୀୟ ଲୋକେ ମଧ୍ୟ ମୁଣ୍ଡ ଟେକିଥିଲେ। କିଛି କିଛି ସ୍ଥାନରେ ମହିଳା, ସ୍ଥାନୀୟ ଲୋକେ ତାଲିବାନ ବିରୋଧରେ ରାସ୍ତାକୁ ଆସି ପ୍ରତିବାଦ କରୁଥିଲେ। ଏଥିସହ ରାସ୍ତାରେ ଆଫଗାନିସ୍ତାନର ପତାକା ଉଡ଼ାଇ ତାଲିବାନ ବିରୋଧରେ ଏକତ୍ରିତ ହେବାକୁ ନାରା ଦେଇଥିଲେ। ଆଫଗାନିସ୍ତାନର ଖୈର ମହମ୍ମଦ ଅନ୍ଦରାବିଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକେ ଏକାଠି ହୋଇଥିଲେ। ଏବେ ଏହି ଗୋଷ୍ଠୀ ତାଲିବାନ ଅଧୀନରେ ଥିବା ପୋଲ-ଏ-ହେରାସ, ଦେଶ ସଲାହ ଏବଂ ବାନୁ ଜିଲ୍ଲାକୁ ନିଜ ଅଧିନରେ ରଖିଛନ୍ତି। ଏଠାରେ ଥିବା ତାଲିବାନଙ୍କୁ ଘଉଡାଇ ଦେଇଛନ୍ତି। ଏବେ ଏହି ତିନି ଜିଲ୍ଲାର ପାଖରେ ଥିବା ଜିଲ୍ଲାକୁ ଦଖଲ କରିବାକୁ ଖୈର ମହମ୍ମଦଙ୍କ ସମର୍ଥକ ପ୍ରୟାସ କରୁଥିବା ସୂଚନା ରହିଛି। କାବୁଲର ଉତ୍ତର ଭାଗରେ ପୋଲ-ଏ-ହେରାସ ଜିଲ୍ଲା ରହିଛି। ଏହା ପଞ୍ଜଶିର ଉପତ୍ୟକାକୁ ଲାଗି ହୋଇ ରହିଛି। ତାଲିବାନ ସମସ୍ତ ଅଞ୍ଚଳକୁ ଯଦିଓ ଦଖଲ କରିଛନ୍ତି ବୋଲି କହୁଛନ୍ତି ହେଲେ ପଞ୍ଜଶିରରେ ଏବେ ବି ତାଲିବାନ ପ୍ରବେଶ କରି ପାରି ନାହାନ୍ତି। ତାଲିବାନ ପାଇଁ ଦେଶ ଭିତରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ପଞ୍ଜଶିର ବୋଲି ଜଣାପଡ଼ିଛି। ଆଫଗାନିସ୍ତାନର ଘନି ସରକାରରେ ଉପରାଷ୍ଟ୍ରପତି ଅମରୁଲ୍ଲା ସେଲହ ମଧ୍ୟ ଏବେ ପଞ୍ଜିଶିରାରେ ରହିଛନ୍ତି। ଘନି ଦେଶ ଛାଡ଼ି ୟୁଏଇଇ ପଳାଇବା ପରେ ସେ ଦେଶର ଉତ୍ତରାଧିକାରୀ ବୋଲି ଦାବି କରିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!