Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତାଲିବାନ କ୍ଷମତାକୁ ଆସିବା ପରେ ସରକାରୀ କର୍ମଚାରୀଙ୍କୁ କାର୍ୟ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛି

by ସଞ୍ଜୟ ସ୍ୱାଇଁ
August 17, 2021
in WORLD
ତାଲିବାନ କ୍ଷମତାକୁ ଆସିବା ପରେ ସରକାରୀ କର୍ମଚାରୀଙ୍କୁ କାର୍ୟ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛି
229
VIEWS
Share on FacebookShare on Twitter

କାବୁଲ, (ବାଘୁଆବାର୍ତ୍ତା): ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ। କ୍ଷମତାକୁ ଆସିବା ପରେ ଏବେ ତାଲିବାନ ବଡ଼ ଘୋଷଣା କରିଛି। ସରକାରୀ କର୍ମଚାରୀଙ୍କୁ ଦେଇଛି ସର୍ବକ୍ଷମା। ସେମାନଙ୍କୁ କାର୍ୟ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛି। ପୂର୍ବ ସରକାରଙ୍କ ସହ କାମ କରୁଥିବା ସମସ୍ତ କର୍ମଚାରୀ ପୁଣି ଥରେ କାର୍ୟ୍ୟାଳୟକୁ ଫେରନ୍ତୁ ବୋଲି କହିଛି ତାଲିବାନ। ତେଣୁ ତୁମେ ତୁମର ନିତିଦିନିଆ ଜୀବନକୁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଆରମ୍ଭ କରିବା ଉଚିତ ବୋଲି ତାଲିବାନ ଏକ ବିବୃତ୍ତି ଜାରି କରି କହିଛି। ପୂର୍ବ ଆଫଗାନିସ୍ତାନ ସରକାରଙ୍କ କର୍ମଚାରୀଙ୍କ ପାଇଁ ସାଧାରଣ କ୍ଷମା ଘୋଷଣା କରିବାବେଳେ ତାଲିବାନର ଜଣେ ଅଧିକାରୀ ମହିଳାମାନଙ୍କୁ ତାଙ୍କ ସରକାରରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ଇସଲାମିକ୍ ଏମିରେଟ୍ସର ସାଂସ୍କୃତିକ ଆୟୋଗର ସଦସ୍ୟ ଏନାମୁଲ୍ଲା ସାମଙ୍ଗାନି ଆଫଗାନିସ୍ତାନ ରାଜ୍ୟ ଟେଲିଭିଜନରେ ଏହି ମନ୍ତବ୍ୟ ଦେଇଛନ୍ତି। ଏଥିସହ ମହିଳା ଆଙ୍କରମାନଙ୍କୁ ମଧ୍ୟ ନ୍ୟୁଜ୍‌ ପଢ଼ିବାକୁ ସୁବିଧା ଦିଆଯାଇଛି। ଟେଲିଭିଜନରେ ମହିଳାମାନଙ୍କ ଦ୍ୱାରା ନ୍ୟୁଜ ପରିବେଷଣ କରିବାରେ ସେମାନଙ୍କ କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତ। ଏହି ଘୋଷଣା ପରେ ଟୋଲ ନ୍ୟୁଜର ମହିଳା ନ୍ୟୁଜ ପ୍ରେଜେଣ୍ଟର ତାଙ୍କ କାମରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଆଫଗାନିସ୍ତାନକୁ ତାଲିବାନ ଶାସନ ଫେରିବା ପରେ ପୁରା ଦେଶରେ ଏବେ ଭୟର ବାତାରଣ ଜାରି ରହିଛି। ଲୋକେ ତାଲିବାନୀଙ୍କ ବର୍ବରତାରୁ ବର୍ତ୍ତିବା ପାଇଁ ଜୀବନ ବିକଳରେ ଦେଶ ଛାଡୁଛନ୍ତି। ସେହିପରି ମହିଳାମାନେ ଘରୁ ବାହାରକୁ ବହାରିବା ପାଇଁ ସୁରକ୍ଷିତ ମଣୁ ନାହାନ୍ତି। ନିଜକୁ ଘର ଭିତରେ ବନ୍ଦ କରି ରଖୁଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!