ଓଡ଼ଗାଁ, (ବାଘୁଆବାର୍ତ୍ତା): ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଆଜି ସନ୍ଧ୍ୟା ସମୟରେ ଓଡ଼ଗାଁ ଗସ୍ତରେ ଆସି ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ପରିଦର୍ଶନ କରିବା ସହ ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିଛନ୍ତି।ମନ୍ଦିର ଚତୁଃପାଶ୍ୱ ବୁଲି ଦେଖିବା ମନ୍ଦିରର ଇତିହାସ,ଗଠନ ଶୈଳୀ ଓ ଜନ୍ମବୃତ୍ତାନ୍ତ ସମ୍ପର୍କରେ ପଚାରି ବୁଝିଥିଲେ।ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର ବିଧାୟକଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇବା ସହ ରଘୁନାଥଙ୍କ ମାହାତ୍ମ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ।