ଓଡ଼ଗାଁ(ବାଘୁଆବାର୍ତ୍ତା) ସମଗ୍ର ନୟାଗଡ଼ ଜିଲ୍ଲାରେ କରୋନା ଭାଇରସ ତାର କାୟା ବିସ୍ତାର କରିଥିବା ବେଳେ ଡାକ୍ତର ,ସ୍ୱାସ୍ଥ୍ୟକର୍ମୀ ଏବଂ ପୋଲିସକର୍ମଚାରୀଙ୍କ ପରେ ଆଜି ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ପ୍ରବାସୀଙ୍କୁ ସରକାରୀ ସହାୟତା ତଥା ସେମାନଙ୍କୁ ଉଚିତ ସେବା ଯୋଗାଇବାରେ ତହସିଲଦାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବର୍ତ୍ତମାନ ତହସିଲଦାରଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇନେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।





