ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ ୟୁନିଟେକ୍ ଆବାସିକ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଯୁବ ତବଲା ବାଦକ ଚିରଞ୍ଜିବୀ ଦାଶ(୧୮) ଯିଏକି ବାୟୁସେନା ର ଜଣେ ଭେଟରାନ୍ ରଶ୍ମି ରଞ୍ଜନ ଦାଶଙ୍କ ସୁପୁତ୍ର ଅଟନ୍ତି । ନିଜର ପ୍ରତିଭା ଜିଲ୍ଲା ଏବଂ ରାଜ୍ୟ ସ୍ତରରେ କ୍ଲାସିକାଲ ତବଲା ବାଦନ କରି ସମସ୍ତ୍ ଙ୍କୁ ମନ୍ତ୍ର ମୁଗ୍ଧ କରିଥାନ୍ତି ସେ। ତାଙ୍କର ପ୍ରତିଭାକୁ ୪ ବର୍ଷ ବୟସରେ ଜେଜେମା” ଠାବ କରିଥିଲେ। ପିତା ବାୟୁସେନା ଆଡ୍ଡା କଲାଈକୋଣ୍ଡାରେ କାର୍ୟ୍ୟରତ ଥିବା ବେଳେ ସେ ଗୁରୁ ସ୍ୱରୂପ ମିତ୍ରଙ୍କ ଠାରୁ ୪ ବର୍ଷ ବୟସରୁ ତବଲା ଅଧ୍ୟୟନ ଆରମ୍ଭ କରିଥିଲେ। ୧୧ ବର୍ଷ ବୟସରେ ଅଲ୍ ଇଣ୍ଡିଆ ରେଡିଓରେ ବାଳ କଳାକାର ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ । ନୟାଗଡ଼ ସହରର ତବଲା ଗୁରୁ ଭରତ ପଟ୍ଟନାୟକଙ୍କ ଠାରୁ ମଧ୍ୟ ଶିକ୍ଷା ଗ୍ରହଣ କରିଛନ୍ତି । ବେତାର କେନ୍ଦ୍ର, କଟକର ତବଲା ବିଭାଗର ଅଧ୍ୟକ୍ଷ ହରମୋହନ ଖୁଣ୍ଟିଆଙ୍କ ଦ୍ଵାରା ପ୍ରଶଂସିତ ହେବାପରେ ଅନୁପ୍ରାଣିତ ମଧ୍ୟ ହୋଇ ଥିଲେ। ବର୍ତମାନ ସେ ତବଲା ଅଧ୍ୟୟନରେ ଜଣେ ଡିସଟିଙ୍କସନ୍ ସହିତ ତବଲା ବିଶାରଦ ମଧ୍ୟ। ଓଡ଼ିଶା ତଥା ଭାରତର ଖ୍ୟାତନାମା ତବଲା ଗୁରୁ ଡ଼ା. ସଂଦୀପ କୁମାର ରାଉତ, ଭୁବନେଶ୍ୱର୍ ଙ୍କ ଅଧୀନରେ ତବଲା ଶିକ୍ଷା କରିଆସୁଛନ୍ତି। ଖୁବ୍ କମ୍ ବୟସରେ ଜିଲ୍ଲା ସ୍ତରରୁ ମନୋନୀତ ହୋଇ, ୟୁଥ୍ ଫେଷ୍ଟିଭାଲ ମାଧ୍ୟମରେ ଓଡ଼ିଶା ସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରି ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ଗୁରୁଙ୍କ ପଥରେ ଯାଇ କ୍ଲାସିକାଲ ତବଲା ବାଦନ ରେ ଡକ୍ଟରେଟ(ପି ଏଚ ଡି) କରିବା ତାଙ୍କର ଲକ୍ଷ୍ୟ। ବିଗତ ଦିନରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପରେ ନିଜର ପ୍ରତିଭା ପ୍ରତିପାଦନ କରି ଅନେକ ପ୍ରଶଂସା ଅର୍ଜନ କରିଛନ୍ତି। ଓଡ଼ିଶାରେ କ୍ଲାସିକାଲ ତବଲା ବାଦନକୁ ଅନ୍ୟ ରାଜ୍ୟ, ଯେପରି ଲକ୍ଷେ୍ନା, ଦିଲ୍ଲୀ, କୋଲକାତା, କର୍ଣ୍ଣାଟକ, ଘରାନା ସୁପ୍ରସିଦ୍ଧ ସେହିପରି ଓଡ଼ିଶା ର ନିଜସ୍ଵ ଏକ ତବଲା ଘରାନାର ପରିଚୟ ସୃଷ୍ଟି କରିବାପାଇଁ ତାଙ୍କର ଲକ୍ଷ୍ୟ ରହିଛି ବୋଲି ସେ ପ୍ରକାଶ କରିଛନ୍ତି।






