Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟି-୨୦ କ୍ରିକେଟରେ ନୂଆ ରେକର୍ଡ: ୩ଟି ସୁପର ଓଭର୍‌ ଖେଳା ଗଲା

by ସଞ୍ଜୟ ସ୍ୱାଇଁ
August 24, 2024
in NATIONAL NEWS, Sports
ଟି-୨୦ କ୍ରିକେଟରେ ନୂଆ ରେକର୍ଡ: ୩ଟି ସୁପର ଓଭର୍‌ ଖେଳା ଗଲା
134
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଟି-୨୦ କ୍ରିକେଟ ଇତିହାସରେ ଘଟିଛି ନୂଆ ଘଟଣା। ସୃଷ୍ଟି ହୋଇଛି ରେକର୍ଡ। ଗୋଟିଏ କିମ୍ବା ଦୁଇଟି ନୁହେଁ, ମ୍ୟାଚ୍‌ ରେଜଲ୍ଟ ପାଇଁ ଖେଳା ଯାଇଛି ୩ଟି ସୁପର ଓଭର। ୩ଟି ଯାକ ସୁପର ଓଭର ଖେଳା ଯିବା ପରେ ବାହାରିଛି ମ୍ୟାଚ୍‌ ରେଜଲ୍ଟ। ଏମିତି ଏକ ଘଟଣା ଭାରତରେ ଚାଲିଥିବା ମହାରାଜ ଟ୍ରଫିରେ ଦେଖିବାକୁ ମିଳିଛି। ବେଙ୍ଗାଲୁରୁ ବ୍ଲାଷ୍ଟର୍ସ ଓ ହୁବଲି ଟାଇଗର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ରେକର୍ଡ ବୁକରେ ସବୁଦିନ ପାଇଁ ଲିପିବଦ୍ଧ ହୋଇଯାଇଛି। ପ୍ରଥମ ଥର ପାଇଁ ଟି-୨୦ କ୍ରିକେଟରେ ଖେଳା ଯାଇଛି ୩ଟି ସୁପର ଓଭର। ଦୁଇଟି ସୁପର ଓଭର ପରେ ମନୀଷ ପାଣ୍ଡେଙ୍କ ହୁବଲି ଟାଇଗର୍ସ ଶେଷରେ ତୃତୀୟ ସୁପର ଓଭରରେ ଜିତିବାକୁ ସକ୍ଷମ ହୋଇଛି। ମୟଙ୍କ ଅଗ୍ରୱାଲଙ୍କ ବେଙ୍ଗାଲୁରୁ ବ୍ଲାଷ୍ଟର୍ସକୁ ହାରିବାକୁ ପଡ଼ିଛି। ମ୍ୟାଚ୍‌ କଥା ବିଚାରକୁ ନେଲେ ଟାଇଗର୍ସ ପ୍ରଥମେ ବ୍ୟାଟିଂ କରି ୧୬୪ ରନ କରିଥିଲା। ଦଳ ପକ୍ଷରୁ ମନୀଷ ପାଣ୍ଡେ ୩୩ ରନର ଇନିଂସ ଖେଳିଥିଲେ। ୧୬୫ ରନର ବିଜୟ ଲକ୍ଷ୍ୟକୁ ବ୍ଲାଷ୍ଟର୍ସ ଚେଜ କରୁଥିବା ବେଳେ ମୟଙ୍କ ୫୪ ରନ କରିଥିଲେ। ହେଲେ ଦଳ ୨୦ ଓଭରରେ କେବଳ ୧୬୪ ରନ କରିପାରିଥିଲା। ମ୍ୟାଚ୍‌ ଟାଇ ହେବାରୁ ପ୍ରଥମ ସୁପର ଓଭର ଖେଳାଯାଇଥିଲା। ବ୍ଲାଷ୍ଟର ୧୦ ରନ କରିଥିବା ବେଳେ ଟାଇଗର୍ସ ମଧ୍ୟ ସମାନ ୧୦ ରନ କରିଥିଲା। ଦ୍ୱିତୀୟ ସୁପର ଓଭରରେ ଟାଇଗର୍ସ ୯ ରନର ଟାର୍ଗେଟ ଦେଇଥିଲା। ବ୍ଲାଷ୍ଟର୍ସ ୮ ରନ କରିଥିଲା। ଏହା ପରେ ମ୍ୟାଚ୍‌ର ରେଜଲ୍ଟ ପାଇଁ ପ୍ରଥମଥର ପାଇଁ ଟି-୨୦ କ୍ରିକେଟରେ ଖେଳା ଯାଇଥିବା ତୃତୀୟ ସୁପର ଓଭର। ବ୍ଲାଷ୍ଟର୍ସ ମ୍ୟାଚ୍‌ ଜିତିବାକୁ ଟାଇଗର୍ସ ଆଗରେ ୧୩ ରନର ଟାର୍ଗେଟ ରଖିଥିଲା। ଶେଷ ବଲରେ ଚୌକା ମାରି ଟାଇଗର୍ସକୁ କ୍ରାନ୍ତୀ କୁମାର ବିଜୟ ଭେଟି ଦେଇଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!