Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛୋଟ ବୟସରେ ବଡ଼ ସାହସ, ଘଣ୍ଟା ଘଣ୍ଟା କରୁଛନ୍ତି ସନ୍ତରଣ

by ସଞ୍ଜୟ ସ୍ୱାଇଁ
June 20, 2021
in State
ଛୋଟ ବୟସରେ ବଡ଼ ସାହସ, ଘଣ୍ଟା ଘଣ୍ଟା କରୁଛନ୍ତି ସନ୍ତରଣ
129
VIEWS
Share on FacebookShare on Twitter

ବେଗୁନିଆ, (ବାଘୁଆବାର୍ତ୍ତା): ବେଗୁନିଆ ବ୍ଳକ ଦୁର୍ଗାପୁର ପଞ୍ଚାୟତ ଗୁଡ଼ୁମ୍‌ ଗ୍ରାମ ଗୋପାଳପୁର ସାହିର ୪ ବର୍ଷର ବିସ୍ମୟ ବାଳକ ସାଇସାଗର ବରାଳ । ବୟସ ଛୋଟ ମାତ୍ର ବଡ଼ ସାହସ । ଯେଉଁ ଗଭୀର ଜଳକୁ ଦେଖିଲେ ବଡ଼ଲୋକ ଭୟ କରନ୍ତି ସେହି ପାଣିରେ ଘଣ୍ଟା ଘଣ୍ଟା ସନ୍ତରଣ କରୁଛନ୍ତି ସାଇ । ଏହାକୁ ଦେଖି ସମସ୍ତେ ଚକିତ ହେଉଛନ୍ତି । ସାଇସାଗର ହେଉଛନ୍ତି କୃପାସିନ୍ଧୁ ବରାଳଙ୍କର ଏକମାତ୍ର ପୁଅ । ଏ ପର୍ୟ୍ୟନ୍ତ ଭଲରେ କଥା କହିପାରୁନାହାନ୍ତି । ସେ ବିନା ସହାୟତାରେ ଗଭୀର ଜଳରେ ଘଣ୍ଟା ଘଣ୍ଟା ସନ୍ତରଣ କରନ୍ତି । ଖାଲି ସନ୍ତରଣ କରନ୍ତି ତାହା ନୁହେଁ ଉଚ୍ଚ ସ୍ଥାନରୁ ପୋଖରୀର ଗଭୀର ଜଳକୁ ଲମ୍ପ ମାରିଥାନ୍ତି । ତାଙ୍କ ସହ ସନ୍ତରଣ ପ୍ରତିଯୋଗିତାରେ ଯୁବକମାନେ ହାର ମାନୁଥିବା ଜଣାପଡ଼ିଛି । ସାଇସାଗରଙ୍କ ଏଭଳି ପ୍ରତିଭା ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଡ଼ନ ସୃଷ୍ଟି କରିଛି । ବାପା କୃପାସିନ୍ଧୁଙ୍କ କହିବା କଥା ସାଇସାଗର ଅନେକ ସମୟ ତାଙ୍କ ସହିତ ଏବଂ ପରିବାର ଲୋକଙ୍କ ସାଙ୍ଗରେ ପୋଖରୀକୁ ଗାଧୋଇବା ପାଇଁ ଆସନ୍ତି । ଉକ୍ତ ସମୟରେ ପାଣିକୁ ଦେଖିବା ପରେ ତାଙ୍କ ମନରେ ସନ୍ତରଣ ନେଇ ବେଶ୍‌ ଆଗ୍ରହ ହୋଇଥିଲା । ଅନ୍ୟ ପିଲାମାନଙ୍କ ସନ୍ତରଣ ଦେଖିବା ପରେ ସେ ବିନା ତାଲିମ୍‌ରେ ଗଭୀର ଜଳରେ ସନ୍ତରଣ ଆରମ୍ଭ କରିଥିଲେ । ବର୍ତ୍ତମାନ ପାଣି ଦେଖିବା ମାତ୍ରେ ସେଥିରେ ସନ୍ତରଣ କରିବାକୁ ଆଗ୍ରହୀ ହେଉଛନ୍ତି । ସନ୍ତରଣ ସହ ସାଇକେଲ ଚଳାଇବା ଓ ପାଠ ପଢିବା କ୍ଷେତ୍ରରେ ମଧ୍ୟ ତାଙ୍କ ମନରେ ଆଗ୍ରହ ରହିଛି । ଏତେ କମ୍‌ ବୟସରେ ସାଇସାଗର ପୁଲିସ ହେବାକୁ ସ୍ୱପ୍ନ ଦେଖୁଛନ୍ତି । ଗ୍ରାମବାସୀ ଓ ପରିବାର ଲୋକ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ସାଇସାଗରକୁ ଆବଶ୍ୟକ ତାଲିମ ଓ ପ୍ରୋତ୍ସାହନ ଆବଶ୍ୟକ । ଯଦି ରାଜ୍ୟ ସରକାର ଏହା ଯୋଗାଇବାରେ ଆନ୍ତରିକତା ପ୍ରକାଶ କରିବେ ତାହା ହେଲେ ବିସ୍ମୟ ବାଳକ ସାଇ ଦିନେ ଓଡ଼ିଶା ପାଇଁ ଗୌରବ ଆଣିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!