ନୟାଗଡ଼ (ବାଘୁଆବାର୍ତ୍ତା): ସ୍ୱାତୀଲଗ୍ନା ସାହିତ୍ୟ ଇ ପତ୍ରିକାର ଦ୍ୱିତୀୟ ବର୍ଷର ଦ୍ୱିତୀୟ ସଂଖ୍ୟା ଗୁଗଲ ମିଟ ମାଧ୍ୟମରେ ଉନ୍ମୋଚନ ହୋଇସାରିଛି । ଏହି ଉତ୍ସବରେ ଅନେକ କବି ଓ କବୟତ୍ରୀ ଯୋଗଦେଇଥିଲେ । ସ୍ୱାତୀଲଗ୍ନାର ପ୍ରତିଷ୍ଠାତା ସୁଶାନ୍ତ କୁମାର ବିଦେଶ ଓମାନରେ ଥାଇ ଏହାକୁ ପରିଚାଳନା କରିଥିଲେ । ଅନେକ ସ୍ରଷ୍ଟା ନିଜର ଜଗନ୍ନାଥଙ୍କୁ ନେଇ ନିଜର ଅନୁଭୂତି କୁ ଉପସ୍ଥାପନା କରିବା ଶହ ଅନେକ କବି ଓ କବୟତ୍ରୀ କବିତା ପାଠ କରିଥିଲେ । ସ୍ୱାତୀଲଗ୍ନା ସାହିତ୍ୟ ପତ୍ରିକାରେ ୫୮ ଜଣ ସ୍ରଷ୍ଟାଙ୍କ ଜଗନ୍ନାଥଙ୍କୁ ନେଇ ସୃଷ୍ଟି ରହିଛି ଏବଂ ୬ ଟି ଅନୁଭୂତି ରହିଛି ଏହା ସଭିଙ୍କୁ ଆନନ୍ଦ ଦେବ ବୋଲି ସ୍ୱାତୀଲଗ୍ନା ପରିବାର ତରଫରୁ ଆଶା କରାଯାଇଛି ।





