ନୟାଗଡ଼,(ବାଘୁଆବାର୍ତ୍ତା): ସ୍ୱର୍ଣ୍ଣକାର ସଂଘର ତରଫରୁ ଆଜି ପ୍ରତାପ ପ୍ରସାଦ ଭୈରବୀ ମନ୍ଦିର ପରିସରରେ ଜିଲ୍ଲାସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଣ୍ଣକାର ସଂଘର ଜିଲ୍ଲା ସଂଭାପତି ରବିନ୍ଦ୍ର କୁମାର ପୃଷ୍ଠିଙ୍କ ନେତୃତ୍ୱରେ ଜିଲ୍ଲାସ୍ତରୀୟ ସମାବେଶର ସଭା ଅନୁଷ୍ଠିତ ହୋଇଥିଲା । ଏହୁ ସଭାରେ ତୃଣମୁଳ ସ୍ତରରୁ ସଂଘ କିପରି ମଜଭୁତ୍ ରହିବ ଏବଂ ଆଗାମୀ ଦିନରେ ସଂଘର ଉନ୍ନତି ମୁଳକ କାର୍ଯ୍ୟ କରାଯିବ, ସେହି ଉପରେ ଆଲୋଚନା କରାଯାଇଥିଲା । ସଭାରେ ସ୍ୱର୍ଣ୍ଣକାର ସଂଘ କୋଭିଡ୍ କଟକଣା ପାଳନ କରିବା ସହିତ ରାଜ୍ୟ ସରକାରଙ୍କ କୋଭିଡ୍-୧୯ କଟକଣାକୁ ପାଳନ କରିବା ସଂଘ ନିଷ୍ପତ୍ତି ନେଇଥିଲା । ଯେହେତୁ ରାଜ୍ୟରେ କରୋନା ଜିବିତ ଅଛି ତେଣୁ ସମସ୍ତେ ସଜାଗ ରହିବା ପାଇଁ ସଂଘର ସଭାପତି ପରାମର୍ଶ ଦେଇଛନ୍ତି । ଉକ୍ତ ସଭାକୁ ଉପସଭାପତି ଅନନ୍ତ ମହାପାତ୍ର ପରିଚାଳନା କରିଥିବା ବେଳେ ସାଂଗଠନିକ ସଭାପତି ଲକ୍ଷ୍ମୀଧର ସାହୁ, ସଂପାଦକ ନିରଞ୍ଜନ ସାଥୁଆ, ସହ ସଂପାଦକ ନିରଞ୍ଜନ ସାଥୁଆ, ମୁଖ୍ୟ ଉପଦେଷ୍ଟା ବିଶ୍ୱନାଥ ମହାପାତ୍ର, କୋଷାଧ୍ୟକ୍ଷ ସୂର୍ଯ୍ୟନାରାୟଣ ସାହୁ, ଉପ କୋଷାଧ୍ୟକ୍ଷ ଶୀତାକାନ୍ତ ମହାପାତ୍ର, ଉପଦେଷ୍ଟା କମିଟିର ଇଶ୍ୱର ମହାପାତ୍ର, ବାଳକୃଷ୍ଣ ସାଥୁଆ, ଲିଙ୍ଗରାଜ ସାଥୁଆ, ଶୁକଦେବ ସାଥୁଆ, ରାଜକିଶୋର ପୃଷ୍ଟି ଓ ଚାପଧାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।






