Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାହା ନହୋଇ ମା ବନିବେ ସ୍ୱରା

by ସଞ୍ଜୟ ସ୍ୱାଇଁ
November 25, 2021
in Entertainment
ବାହା ନହୋଇ ମା ବନିବେ ସ୍ୱରା

Swara Bhaskar. (File Photo: IANS)

298
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମା’ ହେବାକୁ ଯାଉଛନ୍ତି ବଲିଉଡର ଦମ୍ଦର ଅଭିନେତ୍ରୀ ସ୍ୱରା ଭାସ୍କର। ସେ ବାହା ନ ହୋଇ ଏବେ ମା’ ହେବାକୁ ଯାଉଥିବା ଜଣାପଡିଛି। ସେ ସିଙ୍ଗିଲ ମଦର ହେବା ପାଇଁ ମନସ୍ଥ କରିଛନ୍ତି। ଫିଲ୍ମରେ ନିଜ ଦମଦାର ଅଭିନୟ ପାଇଁ ପରିଚିତ ସ୍ୱରା ପ୍ରକୃତ ଜୀବନରେ ନିଜ ବୋଲ୍ଡ ଷ୍ଟେଟ୍ମେଣ୍ଟ ପାଇଁ ପରିଚିତ। ବର୍ତ୍ତମାନ ଅବିବାହିତ ଜୀବନ ଉପଭୋଗ କରୁଥିବା ସ୍ୱରା ଶୀଘ୍ର ଏକ ପୋଷ୍ୟ ସନ୍ତାନ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଇନଗତ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି ସ୍ୱରା। ଏକ ସାକ୍ଷାତକାରରେ ସ୍ୱରା ପରିବାର ଏବଂ ଛୁଆଙ୍କ ପ୍ରତି ଇଚ୍ଛା ପ୍ରକାଶ କରିଛନ୍ତି। ଏଥି ସହିତ ଦେଶରେ ଏଭଳି ଅନେକ ପିଲା ଅଛନ୍ତି, ଯେଉଁମାନେ କି ଅନାଥ ଆଶ୍ରମରେ ରହୁଛନ୍ତି ବୋଲି ସେ କହିଛନ୍ତି। ସେ କେବଳ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିନାହାଁନ୍ତି ବରଂ ଅନେକ ଏଭଳି ଦମ୍ପତିଙ୍କୁ ମଧ୍ୟ ଭେଟିଛନ୍ତି ଯେଉଁମାନେ ଏକ ଛୁଆ ଆଡପ୍ଟ କରିଛନ୍ତି। ଆଡପସନ ଏକ ଏଭଳି ରାସ୍ତା, ଯାହାକୁ ଅପଣାଇ ମୁଁ ନିଜ ସ୍ୱପ୍ନ ପୂରା କରିପାରିବି ବୋଲି ସ୍ୱରା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ‘ଆମ ଦେଶରେ ଏକାକି ମହିଳାଙ୍କୁ ଛୁଆ ଆଡପ୍ଟ କରିବା ପାଇଁ ଅନୁମତି ମିଳୁଛି, ସେଥିପାଇଁ ମୁଁ ନିଜ ଭାଗ୍ୟଶାଳୀ ମନେ କରୁଛି। ଏହି ପ୍ରକ୍ରିୟା ଦୀର୍ଘକାଳୀନ ହୋଇପାରେ କିନ୍ତୁ ମା’ ହେବା ପାଇଁ ଆଉ ମୁଁ ଅପେକ୍ଷା କରିପାରିବି ନାହିଁ।’ ସେପଟେ ସ୍ୱରାଙ୍କ ପୋଷ୍ୟ ସନ୍ତାନ ଗ୍ରହଣ ନିଷ୍ପତ୍ତିକୁ ତାଙ୍କ ପରିବାର ଲୋକେ ମଧ୍ୟ ସମର୍ଥନ କରିଛନ୍ତି। ଆସନ୍ତା ବର୍ଷ ସ୍ୱରାଙ୍କ ଫିଲ୍ମ ‘ଶିର-କୋରମା’ ରିଲିଜ ହେବ। ଏଥିରେ ସ୍ୱରାଙ୍କୁ ଜଣେ ସମଲିଙ୍ଗୀ ମହିଳା ଚରିତ୍ରରେ ଦେଖିବାକୁ ମିଳିବ। ଏଥିରେ ତାଙ୍କ ଅପୋଜିଟ୍ରେ ଦିବ୍ୟା ଦତ୍ତା ନଜର ଆସିବେ। କେବଳ ସେତିକି ନୁହେଁ ଶବାନା ଆଜମୀଙ୍କୁ ମଧ୍ୟ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଛି। ଏହି ଫିଲ୍ମ ପାଇଁ ସ୍ୱରାଙ୍କୁ ଲଣ୍ଡନ ଇଣ୍ଡିପେଣ୍ଡେଣ୍ଟ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ସହଅଭିନେତ୍ରୀ ଭାବେ ପୁରସ୍କାର ମଧ୍ୟ ମିଳି ସାରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!