Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୀପିକାଙ୍କ ପରେ ନ୍ୟାୟ ମାଗୁଛନ୍ତି ସ୍ୱପ୍ନା, ତାଲା ଭାଙ୍ଗି ପଶିଲେ

by ସଞ୍ଜୟ ସ୍ୱାଇଁ
September 23, 2022
in Crime, State
ଦୀପିକାଙ୍କ ପରେ ନ୍ୟାୟ ମାଗୁଛନ୍ତି ସ୍ୱପ୍ନା, ତାଲା ଭାଙ୍ଗି ପଶିଲେ
156
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବ୍ରହ୍ମପୁରରେ ନ୍ୟାୟ ମାଗୁଛନ୍ତି ଆଉ ଜଣେ ମହିଳା । ମହିଳା ଜଣଙ୍କ ସ୍ୱାମୀ ଘର ସମ୍ମୁଖରେ ଧାରଣା ଦେଇ ବସିଛନ୍ତି । ବ୍ରହ୍ମପୁର ରେଲୱେ ଷ୍ଟେସନରେ କାର୍ୟ୍ୟରତ ଟିଟିଆଇ କାହ୍ନୁ ନାୟକଙ୍କ ସ୍ତ୍ରୀ ସ୍ୱପ୍ନା ନାୟକ ବସିଛନ୍ତି ଧାରଣାରେ । କେବଳ ଧାରଣା ଦେଇନାହାଁନ୍ତି ସ୍ୱାମୀଙ୍କ ଘରର ତାଲା ଭାଙ୍ଗି ପଶିଛନ୍ତି । ତାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ବି ଧାରଣାରେ ବସିଛନ୍ତି । ତେବେ ସେଠାକାର ପରିସ୍ଥିତି ଏମିତି ହୋଇଛି ଘର ସମ୍ମୁଖରେ ଜିଆରପି ପୋଲିସ୍ ମୁତୟନ ଅଛନ୍ତି । ସୂଚନା ଥାଉକି, ୨୦୧୨ ମସିହାରେ କାହ୍ନୁ ନାୟକଙ୍କ ସହ ସ୍ୱପ୍ନାଙ୍କ ବିବାହ ହୋଇଥିଲା । ୨୦୧୮ ମସିହାରେ ଅଧିକା ୨୦ ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ କହିଥିଲେ । ଯୌତୁକ ନ ଆଣିବାରୁ ଘରୁ ବାହାର କରିଥିବା ଅଭିଯୋଗ କରିଲେ ସ୍ୱପ୍ନା । ଭଣଜାଙ୍କ ସହ ଅନୈତିକ ସଂପର୍କ ରଖିଥିବା ସ୍ୱାମୀ ଅଭିଯୋଗ କରି ସ୍ତ୍ରୀ ସ୍ୱପ୍ନା ଙ୍କୁ ଗ୍ରହଣ କରୁନଥିବା ଅଭିଯୋଗ ଅଛି । ଜିଆର୍‌ପି ଥାନାରେ ସ୍ୱାମୀ କାହ୍ନୁଙ୍କ ବିଋୋଧରେ ମାମଲା ଦେଇଛନ୍ତି ସ୍ତ୍ରୀ ସ୍ୱପ୍ନା । ବାସ୍ତବରେ, ଗତ କିଛିଦିନ ତଳେ ଏମିତି ଏକ ମହିଳା ଧାରଣାରେ ବସିଥିଲେ । ଏଯାଏଁ ମଧ୍ୟ ନ୍ୟାୟ ଅପେକ୍ଷାରେ ସ୍ୱାମୀ ଘର ସମ୍ମୁଖରେ ବସିଛନ୍ତି ଦୀପିକା । ତାଙ୍କର ଦାବି ତାଙ୍କୁ ସ୍ତ୍ରୀର ଅଧିକାର ଦେବା ସହ ପୁଅକୁ ମିଳୁ ବାପାର ପରିଚୟ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!