Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାବିତ୍ରୀ ରାତିରେ ସ୍ୱାମୀ ସାଜିଲା ସୈତାନ

by ସଞ୍ଜୟ ସ୍ୱାଇଁ
May 27, 2025
in Crime, State
ସାବିତ୍ରୀ ରାତିରେ ସ୍ୱାମୀ ସାଜିଲା ସୈତାନ
68
VIEWS
Share on FacebookShare on Twitter

ମୟୂରଭଞ୍ଜ, (ବାଘୁଆବାର୍ତ୍ତା): ସ୍ବାମୀର ଜୀବନ ପାଇଁ ସାବିତ୍ରୀ ଯମରାଜଙ୍କ ସହିତ ଲଢିଯାଇଥିବା ବେଳେ ଏଠି କିଛି ଓଲଟା ଦେଖିବାକୁ ମିଳିଛି । ସତ୍ୟବାନର ଦୀର୍ଘାୟୁ ଆୟୁ ପାଇଁ ସାବିତ୍ରୀ ଓଷା କରିଥିବା ବେଳେ ସାବିତ୍ରୀକୁ ମରଣ ମୁହଁରେ ଛାଡିଦେଇ ଚାଲିଆସିଲା ସତ୍ୟବାନ । ଆଜ୍ଞା ହଁ ସାବିତ୍ରୀ ରାତିରେ ସ୍ୱାମୀ ସାଜିଲା ସୈତାନ। ଗର୍ଭବତୀ ସ୍ତ୍ରୀକୁ ରାସ୍ତା ପାଖରେ ଛାଡି ମାରିଲା ଚମ୍ପଟ । ମୟୂରଭଞ୍ଜ ଉଦଳା ଥାନା ଦରିପାଳ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗୁରୁତର ଅବସ୍ଥାରେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମର ମହିଳା। ବାଲେଶ୍ୱର ଜିଲ୍ଲା ତେନ୍ତୁଳିଆ ଅଞ୍ଚଳର ସୁବ୍ରତ ଦାସ ତାଙ୍କ ୫ ମାସର ଗର୍ଭବତୀ ସ୍ତ୍ରୀ କଳାବତୀ ଦାସକୁ ସାଙ୍ଗରେ ଧରି ଶ୍ୱଶୁର ଘର ଆସୁଥିଲେ। ହେଲେ ଅଧା ରାସ୍ତାରେ ଏକୁଟିଆ ଛାଡି ଫେରାର ହୋଇଯାଇଥିଲା ସ୍ୱାମୀ ସୁବ୍ରତ। ତେବେ ଦୀର୍ଘ ସମୟ ଧରି ଅନ୍ଧାରରେ ରାସ୍ତା ପାର୍ଶ୍ଵରେ କଳାବତୀ ପଡି ରହିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଦରିପାଳ ଗ୍ରାମର ମହିଳା ସୁମିତ୍ରା ନାଏକ ଦେବଦୂତ ସାଜିଥିଲେ । ଏବଂ ତାଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ କଳାବତୀଙ୍କୁ ନିଜ ଘରକୁ ଆଣି ରଖିବା ସହିତ ଆମ୍ବୁଲାନ୍ସକୁ ଡକାଇଥିଲେ । ଆମ୍ବୁଲାନ୍ସରେ ନେଇ ତାଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ରହିଛି । ଅନ୍ୟପଟେ ମହିଳାଙ୍କ ସ୍ୱାମୀକୁ ବହୁ ଖୋଜାଖୋଜି କରି ମେଡିକାଲରେ ପହଞ୍ଚାଇଛନ୍ତି ଗ୍ରାମବାସୀ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!