Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାତୀ ମୋହନଙ୍କ ପାଇଁ ସଫଳତାର ସହ ମଙ୍ଗଳ ଗ୍ରହରେ ଓହ୍ଲାଇଲା ‘ନାସା’ ରୋଭର

by ସଞ୍ଜୟ ସ୍ୱାଇଁ
February 19, 2021
in Lifestyle, WORLD
ସ୍ୱାତୀ ମୋହନଙ୍କ ପାଇଁ ସଫଳତାର ସହ ମଙ୍ଗଳ ଗ୍ରହରେ ଓହ୍ଲାଇଲା ‘ନାସା’ ରୋଭର
187
VIEWS
Share on FacebookShare on Twitter

ନୂଆଦିଲ୍ଲୀ: ପୃଥିବୀରୁ ମଙ୍ଗଳ ଗ୍ରହକୁ ଯାଇଛି ନୂଆ ଅତିଥି । ନାସା ପକ୍ଷରୁ ପଠାଯାଇଥିବା ରୋଭର ରାତି ପ୍ରାୟ ୨ଟା ୩୦ ମିନିଟରେ ସଫଳତାର ନିର୍ଧାରିତ ସ୍ଥାନରେ ଅବତରଣ କରିଛି । ମାର୍ସ ପର୍ସିଭେରେନ୍ସ ରୋଭର ମଙ୍ଗଳ ପୃଷ୍ଠରେ ଥିବା ଜେଜେରୋ କ୍ରେଟରରେ ସଫଳତାର ସହ ଅବତରଣ କରିଛି । ଏହି କ୍ରେଟର ବା ଘାତ ହେଉଛି ପୂର୍ବରୁ ମଙ୍ଗଳ ଗ୍ରହରେ ପ୍ରବାହିତ ଏକ ନଦୀ ବୋଲି ବୈଜ୍ଞାନିକ ମତ ଦିଅନ୍ତି । ତେବେ ଆମେରିକା ଏହି ବଡ଼ ଉପଲବ୍ଧି ହାସଲ କରୁଥିବା ବାବଦରେ ପୂରା ବିଶ୍ୱକୁ ଟିକିନିକି ବିବରଣୀ ଦେଉଥିଲେ ଭାରତୀୟ ବଂଶୋଦ୍ଭବ ମହିଳା ସ୍ୱାତୀ ମୋହନ । ତେବେ ଏହି ମିଶନରେ ସ୍ୱାତୀଙ୍କର ପ୍ରମୁଖ ଭୂମିକା ରହିଥିଲା । ହୁଏତ ସ୍ୱାତୀଙ୍କ ବିନା ନାସାର ଏହି ମିଶନ ସମ୍ଭବ ହୋଇପାରି ନଥାନ୍ତା । କାରଣ ମଙ୍ଗଳ ଗ୍ରହରେ ପହଞ୍ଚିଥିବା ରୋଭର କେତେବେଳେ ଓହ୍ଲାଇବ ଓ କେତେ ବେଗରେ ଓହ୍ଲାଇବ ଏବଂ କେତେ ଉଚ୍ଚରେ କେତେ ବେଗରେ ଗତି କରିବ ତାହାର ପୂରା ରିମୋଟ କଣ୍ଟ୍ରୋଲ ସ୍ୱାତୀଙ୍କ ଟିମ ହାତରେ ରହିଥିଲା । ଆଉ ଏହାକୁ ବେଶ ସଫଳତାର ସହ ଶେଷ କରିଥିଲେ ସ୍ୱାତୀ । ତେବେ ସ୍ୱାତୀଙ୍କ ଭାରତ ସହ କ’ଣ ଲିଙ୍କ ରହିଛି ଆସନ୍ତୁ ଜାଣିବା । ସ୍ୱାତୀ ମୋହନ କିଏ ଜାଣନ୍ତୁ । ମାତ୍ର ବର୍ଷକର ହୋଇଥିବା ବେଳେ ଭାରତ ଛାଡି ବାପା ଓ ମା’ଙ୍କ ସହ ଆମେରିକା ଚାଲିଯାଇଥିଲେ ସ୍ବାତୀ । ତେବେ ୧୬ ବର୍ଷ ପର୍ଯ୍ୟନ୍ତ ସେ ବୈଜ୍ଞାନିକ ହେବାକୁ ଆଦୌ ଚିନ୍ତା ମଧ୍ୟ କରି ନଥିଲେ । କିନ୍ତୁ ଗୋଟିଏ ଫିଜିକ୍ସ କ୍ଲାସ ତାଙ୍କ ଭିତରେ ନୂଆ ସ୍ୱପ୍ନକୁ ଜନ୍ମ ଦେଇଥିଲା । ଆଉ ଡାକ୍ତର ହେବାକୁ ଚାହୁଁଥିବା ସ୍ୱାତୀ ବୈଜ୍ଞାନିକ ହେବାକୁ ମନ ପରିବର୍ତ୍ତନ କରିଥିଲେ । ଏହାଛଡା ହଲିଉଡ ଫିଲ୍ମ ଷ୍ଟାର ଟ୍ରେକ ମଧ୍ୟ ତାଙ୍କ ବୈଜ୍ଞାନିକ ହେବା ପଛର ବଡ ପ୍ରେରଣା ବୋଲି କହିଛନ୍ତି ସ୍ୱାତୀ । ଏହି ଫିଲ୍ମ ଦେଖିବା ପରେ ସ୍ୱାତୀଙ୍କ ମନରେ ବ୍ରହ୍ମାଣ୍ଡକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା । ପୃଥିବୀ ଛଡା ଅନ୍ୟ ଦୁନିଆ ବି ରହିଛି ତା ବାବଦରେ ଜାଣିବାକୁ ଇଚ୍ଛା ଥିଲେ ମଧ୍ୟ ସୁଯୋଗ ମିଳି ନଥିଲା । କିନ୍ତୁ ଥରେ ବୈଜ୍ଞାନିକ ହେବାକୁ ମନ ବଳାଇବା ପରେ ଧୀରେ ଧୀରେ ଏହି କ୍ଷେତ୍ରରେ ଆଗକୁ ବଢିବା ସହ ନାସା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ସ୍ୱାତୀ । ସ୍ୱାତୀ ନାସାରେ କେବଳ ଜଣେ ବୈଜ୍ଞାନିକ ହୋଇ ରହିନାହାନ୍ତି ବରଂ ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନରେ ତାଙ୍କୁ ଖୋଜା ପଡିଛି । ସ୍ୱାତୀଙ୍କ କହିବା ଅନୁଯାୟୀ, ପ୍ରତିଦିନ ଆମ ପାଇଁ ନୂଆ ନୂଆ ଚ୍ୟାଲେଞ୍ଜ ଆସିଥାଏ । ଆଉ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି କାମ କରିବାର ନିଆରା ମଜା ମଧ୍ୟ ରହିଛି । ବିଶ୍ୱ ବ୍ରହ୍ମାଣ୍ଡ ବାବଦରେ ଅଧିକରୁ ଅଧିକ ଜାଣିବାକୁ ଚାହୁଁଛି ଯାହା ବାବଦରେ କୌଣସି ସାଧାରଣ ଲୋକ କଳ୍ପନା ମଧ୍ୟ କରି ନଥିବେ । ତେଣୁ ନାସାର ବିଭିନ୍ନ ମିଶନରେ ସାମିଲ ହୋଇ ଭିନ୍ନ ଏକ ଜୀବନ ବଞ୍ଚିବାକୁ ଚାହୁଁଛି ବୋଲି କହିଛନ୍ତି ସ୍ୱାତୀ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!