ଓଡ଼ଗାଁ(ବାଘୁଆବାର୍ତ୍ତା) ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରାବରା ଏବଂ ଭାଡ଼ିକିଳା ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ସ୍ଥାୟୀ ଗୃହ ନିମନ୍ତେ ଶିଳାନ୍ୟାସ କରାଯାଇଅଛି ।ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ ଯୋଗ ଦେଇ ନୂତନ ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସରକାରଙ୍କ ଜନହିତକର କାର୍ଯ୍ୟ ସମ୍ପର୍କରେ ଆଲୋଚାନକରିବା ସହିତ ଗ୍ରାମାଞ୍ଚଳରେ ସହରାଞ୍ଚଳ ପରି ସମସ୍ତ ସୁବିଧା ସୁଯୋଗ ଲୋକମାନଙ୍କୁ କିପରି ଯୋଗାଇଦିଆଯିବ ସେଥିନେଇ ଗୁରୁତ୍ୱାରୋପ କରିଥିଲେ ।ମିଶନ ଶକ୍ତି ମହିଳାମାନଙ୍କୁ ସଶକ୍ତ କରିବା ନିମନ୍ତେ ସଦାସର୍ବଦା ସରକାର ଚେଷ୍ଟିତ ବୋଲି ମୁଖ୍ୟ ଅତିଥି କହିଥିଲେ ।ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ସାହୁଙ୍କ ସମେତ ରାବରା ସରପଞ୍ଚ ବିଳାସିନୀ ସେନାପତି ,ଭାଡ଼ିକିଳା ସରପଞ୍ଚ ଗୀତାଞ୍ଜଳି ସାହୁ ଏବଂ ଶତାଧିକ ମହିଳା ଉପସ୍ଥିତ ଥିଲେ ।






