ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ସୁଇସ୍ ବ୍ୟାଙ୍କରେ ବଢୁଛି ଭାରତୀୟଙ୍କ ଧନ । ମହାମାରୀ କରୋନା ସମୟରେ ବି ସୁଇସ୍ ବ୍ୟାଙ୍କରେ ବଢୁଛି ଧନ । ୧୩ ବର୍ଷ ମଧ୍ୟରେ ସର୍ବାଧିନ ବୃଦ୍ଧି ପାଇ ୨୦୨୦ରେ ଏହା ୨୦ ହଜାର ୭ଶହ କୋଟିକୁ ଛୁଇଁଛି । ୨୦୧୯ରେ ତୁଳନାରେ ଏହା ୨୧୨ ପ୍ରତିଶତ (୩.୧୨ଗୁଣା) ବଢ଼ିଛି । ବ୍ୟାଙ୍କରେ କଷ୍ଟମର ଡିପୋଜିଟ୍ ହ୍ରାସ ପାଇଛି । ସୁଇଜରଲ୍ୟାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ବାର୍ଷିକ ରିପୋର୍ଟରେ ୨୦୨୦ ପୂର୍ବରୁ ୨ବର୍ଷ ଧରି ଜମା ରାଶିରେ ହ୍ରାସ ପାଇଥିଲା । ଭାରତୀୟଙ୍କ ପକ୍ଷରୁ ୨୦୦୬ରେ ୫୨,୫୭୫ କୋଟି ଜମା କରାଯାଇଥିଲା । ୨୦୨୦ରେ କଷ୍ଟମର ଡିପୋଜିଟ୍ ୪ହଜାର କୋଟି, ଅନ୍ୟ ବ୍ୟାଙ୍କ ଦ୍ୱାରା ୩୧ଶହ କୋଟି ଓ ବିଭିନ୍ନ ଟ୍ରଷ୍ଟ ପକ୍ଷରୁ ୧୬.୫ କୋଟି ଓ ବଣ୍ଡ, ସିକ୍ୟୁରିଟରଜ୍ ଏବଂ ଅନ୍ୟ ବିକଳ୍ପ ଦ୍ୱାରା ୧୩ହଜାର ୫ଶହ କୋଟି ଜମା କରାଯାଇଛି ।





