ଓଡ଼ଗାଁ (ବାଘୁଆବାର୍ତ୍ତା) : ସମଗ୍ର ଦେଶ ତଥା ରାଜ୍ୟରେ ପାଳିତ ହୋଇଅଛି ୭୪ତମ ସ୍ବାଧୀନତା ଦିବସ ।ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ,କୋମଣ୍ଡ ,କୋରପିଠା ,ସୁନାମୁଁହି,ଗିରିଡିପଲ୍ଲି ଆଦି ଗ୍ରାମପଞ୍ଚାୟତରେ ପଞ୍ଚାୟତ ପ୍ରାଙ୍ଗଣରେ ନିରାଡ଼ମ୍ବର ଭାବେ କୋଭିଡ କଟକଣା ମଧ୍ୟରେ ସ୍ବାଧୀନତା ଦିବସ ପାଳିତ ହୋଇଅଛି ।ସରପଞ୍ଚ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସମ୍ପାଦନ କରିଥିବା ବେଳେ ଉପସ୍ଥିତ ସଦସ୍ୟ ଦେଶ ତଥା ଜାତି ପାଇଁ ସହିଦ ହୋଇଥିବା ବିରପୁରୁଷଙ୍କର ବିରତ୍ୱର ଗାଥା ରୋମନ୍ଥନ କରିଥିଲେ ।କୋରପିଠା ସରପଞ୍ଚ କୁମୁଦିନୀ ସାହୁ ସହିଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୃକ୍ଷରୋପଣ କରିଥିଲେ ।






