ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବ୍ଲକର ଦ୍ୱିତୀୟ ବାହ୍ୟ ଆକ୍ରାନ୍ତ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଷ୍ଟାଫ ନର୍ସ ଚିହ୍ନଟ ହୋଇଥିବା ବେଳେ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟାର୍ଫ ନର୍ସ ଏବଂ ସର୍ଜ୍ଜରୀ ଡାକ୍ତର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ତିନି ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରଥମ ଷ୍ଟାର୍ଫ ନର୍ସ ଆକ୍ରାନ୍ତ ପ୍ରଥମେ ସୁସ୍ଥ ହୋଇ ସାରିଥିବା ବେଳେ ଆଜି ସର୍ଜ୍ଜରୀ ଡାକ୍ତର ଓ ଅନ୍ୟ ଷ୍ଟାର୍ଫ ନର୍ସ ସୁସ୍ଥ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧାଶୁଂ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଆଜି ଜିଲ୍ଲାରୁ ସୁସ୍ଥ ହୋଇଥିବା ୪ ଜଣଙ୍କ ମଧ୍ୟରେ ସର୍ଜ୍ଜରୀ ବିଭାଗ ଡାକ୍ତର ଏବଂ ଷ୍ଟାଫ ନର୍ସ ରହିଥିବା ଜଣାଯାଇଛି । ସେମାନେ ଫେରିବା ପରେ ୧୪ ଦିନ ଆଇସୋଲେସନ୍ରେ ରହିବେ ବୋଲି ଜଣାଯାଇଛି ।





