ବାଙ୍ଗାଲୋର,(ବାଘୁଆବାର୍ତ୍ତା): ଦାୟୀତ୍ୱହୀନତା କାର୍ଯ୍ୟ ପାଇଁ ଜଣେ ରେଲୱେ ଅଧିକାରୀ ନିଲମ୍ବିତ ହୋଇଛନ୍ତି । ସୁଚନାନୁସାରେ, ମଧ୍ୟପ୍ରଦେଶର ଗାରୋଥ ରେଳ ଷ୍ଟେସନରେ ପାଇଖାନା ଓ ପାନୀୟ ଜଳ ଟାଙ୍କି ମରାମତି କାମ ଚାଲିଥିଲା । ଉକ୍ତ କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ଦାୟୀତ୍ୱହୀନତା ଯୋଗୁଁ ପାନୀୟ ଜଳ ଟାଙ୍କିରୁ ପାଇଖାନା ପାଇପଲାଇନକୁ ସଂଯୋଗ କରାଯାଇଥିଲା । ଯାହାଫଳରେ ଏହାର ଫଟୋ ଜଣେ ବ୍ୟକ୍ତି ଭାଇରାଲ କରିବା ପରେ ସିନିୟର କମରସିଆଲ ମ୍ୟାନେଜର ଅଜୟ କୁମାର ପାଲ ଏହାର ତଦନ୍ତ କରି ଷ୍ଟେସନ ମାଷ୍ଟର ଚୌଥମାଲ ମୀନାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ।






