Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫସେଇବାକୁ ଯାଇ ନିଜେ ଫସିଗଲେ ପୁଲିସ ବାବୁ

by ସଞ୍ଜୟ ସ୍ୱାଇଁ
September 1, 2024
in Crime, NATIONAL NEWS
ଫସେଇବାକୁ ଯାଇ ନିଜେ ଫସିଗଲେ ପୁଲିସ ବାବୁ
211
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ଫସେଇବାକୁ ଯାଇ ନିଜେ ଫଶିଗଲେ ପୁଲିସ ବାବୁ। ତଲାସି ବେଳେ ଜଣେ ବ୍ୟକ୍ତିଙ୍କ ପକେଟ୍‌ରେ ପୁଲିସ ବାବୁ ଜଣଙ୍କ ଡ୍ରଗ୍ସ ରଖୁଥିଲେ। ଶେଷରେ ଧରାପଡିଲେ। ଏକାଥରକେ ସସ୍‌ପେଣ୍ଡ ହୋଲେ ୪ ଜଣ ପୁଲସ କର୍ମୀ। ଯାଞ୍ଚ ନାଁରେ ଫସାଇବାକୁ ଚେଷ୍ଟା କରୁଛି ପୁଲିସ। ଜଣେ ବ୍ୟକ୍ତିଙ୍କ ପକେଟରେ ଜାଣିଶୁଣି ରଖି ଦେଉଛି ଡ୍ରଗ୍ସ। ଏଭଳି କିଛି ଭିଡିଓ ମହାରାଷ୍ଟ୍ରର ମୁମ୍ବାଇରୁ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚିକତ କରିଦେଇଛି। ଏହି ଭିଡିଓରେ ଦୁଇ ଜଣ ପୁଲିସ କର୍ମଚାରୀ ଜଣେ ବ୍ୟକ୍ତିଙ୍କୁ ଯାଞ୍ଚ କରୁଥିବା ବେଳେ ଅନ୍ୟ ଦୁଇ ଜଣ କିଛି ଦୂରରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଏହାର କିଛି କ୍ଷଣ ପରେ ଜଣେ ପୁଲିସ କର୍ମଚାରୀ ସନ୍ଦିଗ୍ଧଙ୍କ ପକେଟରେ କିଛି ରଖୁଥିବା ଭାଇରାଲ ଭିଡିରେ ଦେଖିବାକୁ ମିଳିଛି। ଏହାପରେ ୨୦ ଗ୍ରାମ୍ ମେଫେଡ୍ରୋନ୍ ରଖିବା ଅଭିଯୋଗରେ ୪ ଜଣ ପୁଲିସ କର୍ମଚାରୀ ତାଙ୍କୁ ଗିରଫ କରିଛନ୍ତି। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏହାପରେ ପୁଲିସର ମୁଖା ଖୋଲିଛି। ମୁମ୍ବାଇରେ ୪ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଭିଡିଓରେ ଦେଖାଯାଉଥିବା ଚାରି ଜଣ ବ୍ୟକ୍ତି ମୁମ୍ବାଇର ଖାର ଥାନାର କର୍ମଚାରୀ ବୋଲି ଜଣାପଡିଛି। ନିଲମ୍ବିତ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଜଣେ ପୁଲିସ ସବ୍ ଇନ୍ସପେକ୍ଟର ଓ ୩ ଜଣ କନଷ୍ଟେବଳ ଅଛନ୍ତି। ଜୋନ୍ ୧୧ ଡେପୁଟି କମିସନର ରାଜତିଲକ ରୋଶନ ଏହି ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଖାର ଥାନାର ଆତଙ୍କବାଦ ନିରୋଧୀ ସେଲ୍‌ରେ ନିୟୋଜିତ ୪ ଜଣ ପୁଲିସ କର୍ମଚାରୀ ଶୁକ୍ରବାର ସନ୍ଧ୍ୟାରେ ସହରର କାଳିନା ଅଞ୍ଚଳରେ ଥିବା ଏକ ଖୋଲା ପ୍ଲଟ୍ ଉପରେ ଚଢ଼ାଉ କରି ଡାନିଏଲ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲେ। ଏହାପରେ ଯାଞ୍ଚ ବେଳେ ତାଙ୍କ ପକେଟରେ ପୁଲିସ କର୍ମଚାରୀ ଡ୍ରଗ୍ସ ରଖି ଦେଇଥିଲେ। ଏକ ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ଡାନିଏଲ କହିଛନ୍ତି ଯେ ପୁଲିସ କର୍ମଚାରୀମାନେ ପ୍ରଥମେ ତାଙ୍କୁ ଡ୍ରଗ୍ସ ମାମଲାରେ ଫସାଇବାକୁ ଧମକ ଦେଇଥିଲେ। କିନ୍ତୁ ଯେତେବେଳେ ସେ ଅନୁଭବ କଲେ ଯେ ତାଙ୍କ କାର୍ଯ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି, ସେତେବେଳେ ତାଙ୍କୁ ଛାଡ଼ି ଦିଆଯାଇଥିଲା। ଡିସିପି ରାଜତିଲକ ରୋଶନ କହିଛନ୍ତି ଯେ ୪ ଜଣ ପୁଲିସ କର୍ମଚାରୀଙ୍କ ଭାଇରାଲ ଭିଡିଓରେ ସନ୍ଦେହଜନକ କାର୍ଯ୍ୟ ଦେଖି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏବଂ ତଦନ୍ତ ଶେଷ ହେବା ଯାଏ ସେମାନଙ୍କୁ ନିଲମ୍ବିତ କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!