Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଆ ଅଧ୍ୟାପକ ବାନାମ୍ବର ନିଲମ୍ବିତ

by ସଞ୍ଜୟ ସ୍ୱାଇଁ
January 17, 2025
in Nayagarh, State
ଓଡ଼ିଆ ଅଧ୍ୟାପକ ବାନାମ୍ବର ନିଲମ୍ବିତ
1.1k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ମାଡ଼ ଘଟଣାରେ ଓଡ଼ିଆ ଅଧ୍ୟାପକ ବାନାମ୍ବର ପୃଷ୍ଟିଙ୍କୁ ଆଜି ନିଲମ୍ବନ କରାଯାଇଛି । ଗତ ୩୦ ତାରିଖ ଅଧ୍ୟକ୍ଷ ବିପିନ କୁମାର ପଟ୍ଟନାୟକ ଓ ଓଡ଼ିଆ ଅଧ୍ୟାପକ ବାନାମ୍ବର ପୃଷ୍ଟିଙ୍କ ମଧ୍ୟରେ ବଚସା ହୋଇଥିଲା । ଏକ ଜରୁରୀ କାଗଜରେ ଓଡ଼ିଆ ଅଧ୍ୟାପକ ଅଧ୍ୟକ୍ଷଙ୍କ ଦସ୍ତଖତ ପକାଇଥିବା କାରଣରୁ ତାଙ୍କୁ ଓଡ଼ିଆ ବିଭାଗ ସଂଯୋଜକ ପଦରୁ ଅଧ୍ୟକ୍ଷ ବିଦା କରିଥିଲେ । ଯାହାକୁ ନେଇ ଓଡ଼ିଆ ଅଧ୍ୟାପକ ବଚସା କରିବା ସହ ଅଧ୍ୟକ୍ଷଙ୍କୁ ଏକ ଶକ୍ତ ଚାପୁଡ଼ା ପକାଇଥିଲେ । ଏହି ଘଟଣାରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବା ଅଭିଯୋଗ କରି ଗୁରୁବାରଠାରୁ ମହାବିଦ୍ୟାଳୟର ଶତାଧିକ କର୍ମଚାରୀ ଧାରଣା ଦେଇଥିଲେ । କର୍ମଚାରୀଙ୍କ ଦାବି ମୁତାବକ ଜିଲ୍ଲା ପ୍ରଶାସନ ତୁରନ୍ତ ଗଭର୍ଣ୍ଣିଂ ବଡି ଗଠନ କରିଥିଲା । ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷ ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସେ ଓଡ଼ିଆ ଅଧ୍ୟାପକ ବାନାମ୍ବର ପୃଷ୍ଟିଙ୍କୁ ନିଲମ୍ବନ କରିଛନ୍ତି । ଏହା ସହିତ ନିଲମ୍ବନ ସମୟରେ ନୂଆଗାଁ ବ୍ଲକ ମାଳିସାହି ଗତିଶ୍ୱର ମହାବିଦ୍ୟାଳୟରେ ହାଜିରା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିନା ଅନୁମତିରେ ଜିଲ୍ଲା ଛାଡ଼ି ନଯିବା ପାଇଁ ନିର୍ଦ୍ଦେଶ ରହିଛି । ଓଡ଼ିଆ ଅଧ୍ୟାପକଙ୍କୁ ନିଲମ୍ବନ ପରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ କର୍ମଚାରୀଙ୍କୁ ଧାରଣା ପ୍ରତ୍ୟାହୃତ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!