Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିଲମ୍ବିତ ହେଲେ ସିଆରସିସି

by ସଞ୍ଜୟ ସ୍ୱାଇଁ
April 25, 2023
in Crime, State
କାନ ଧରି ଉଠବସ୍ ହେଲେ ସିଆରସିସି
254
VIEWS
Share on FacebookShare on Twitter

ବୋଲଗଡ, (ବାଘୁଆବାର୍ତ୍ତା): ପିଲାଙ୍କ ବହି କବାଡିଆଙ୍କୁ ବିକ୍ରି କରି ନିଲମ୍ବିତ ହେଲେ ସିଆରସିସି। ଦେଉଳି କ୍ଲଷ୍ଟର ସିଆରସିସି ମନମୋହନ ମିଶ୍ରଙ୍କୁ ଆଜି ନିଲମ୍ବିତ କରିଛନ୍ତି ବୋଲଗଡ଼ ଶିକ୍ଷା ଅଧିକାରୀ ନିରଞ୍ଜନ ମହାନ୍ତି । ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଦେଉଳି କ୍ଲଷ୍ଟର ସେଣ୍ଟରକୁ ୧୦ଟି ସ୍କୁଲକୁ ଦେବା ପାଇଁ ବହି ଆସିଥିଲା। ଖରା ଛୁଟି ପାଇଁ ସ୍କୁଲ ବନ୍ଦ ଥିବାରୁ ପିଲାମାନଙ୍କୁ ବହି ବଣ୍ଟନ କରାଯାଇ ନଥିଲା। ଦେଉଳି କ୍ଲଷ୍ଟର ସେଣ୍ଟରକୁ ଆସିଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର‌୍ୟ୍ୟନ୍ତ ୩ କୁଇଣ୍ଟାଲ ବହିକୁ ଗତକାଲି କବାଡିଆ ବାଲାକୁ ବିକ୍ରି କରୁଥିଲେ ସିଆରସିସି ମନମୋହନ ମିଶ୍ର। କବାଡିବାଲା ମଧ୍ୟ କାର‌୍ୟ୍ୟାଳୟରେ ଭିତରେ ବସି ବହି ଓଜନ କରି ସାରିଥିଲା। ମୂଲଚାଲ ବି ହୋଇ ସାରିଥିଲା। ହେଲେ କବାଡ଼ିବାଲା ବହି ନେଇ ସେଠାରୁ ଯିବା ପୂର୍ବରୁ ପହଞ୍ଚି ଯାଇଥିଲେ ଗ୍ରାମବାସୀ। ପିଲାଙ୍କୁ ବହି ନ ଦେଇ କାହିଁକି ବିକୁଛ ବୋଲି ସେମାନେ ସିଆରସିସିଙ୍କୁ ପଚାରିଥିଲେ। ଗ୍ରାମବାସୀ ପ୍ରଶ୍ନବାଣରେ ମନମୋହନ ଘାଇଲା ହୋଇଯାଇଥିଲେ। ନିଜ ଭୁଲ ମାନିଥିଲେ ଓ ଆଉ ଏପରି ଭୁଲ୍ କରିବେନି ବୋଲି କହି କାନଧରି ବସଉଠ ହୋଇଥିଲେ। ଖବର ପାଇ ବୋଲଗଡ଼ ବ୍ଲକ ଉପାଧ୍ୟକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ପରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ,କବାଡ଼ିଆ ଓ ମନମୋହନଙ୍କ ବୟାନ ରେକର୍ଡ କରିଥିଲେ। ଏହା ସହ ଦେଉଳି କ୍ଲଷ୍ଟର ସେଣ୍ଟର ସିଲ୍ କରି ଫେରି ଯାଇଥିଲେ। ଆଜି ବୋଲଗଡ଼ ଶିକ୍ଷା ଅଧିକାରୀ ମନମୋହନଙ୍କ ଚାକିରୁରୁ ନିଲମ୍ବିତ କରିଛନ୍ତି। ଏହା ସହିତ ଘଟଣାର ତଦନ୍ତ କରାଯାଉଛି ବୋଲି ବୋଲଗଡ ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!