ନୟାଗଡ଼, (ବାଘୁଆବାର୍ତ୍ତା): ବାଜିଲା ୫-ଟି ଛାଟ । ୫-ଟି ଛାଟରେ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ସଙ୍ଗିତା ମହାରଣାଙ୍କୁ ରାଜ୍ୟ ସରକାର ଦେଇଛନ୍ତି ୫-ଟି ଛାଟ । ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ସଙ୍ଗିତାଙ୍କୁ ନିମ୍ନ ମାନର କାମ ପାଇଁ ନିଲମ୍ବିତ କରିଛନ୍ତି । ଭାପୁର ର ବାଲୁଙ୍କେଶ୍ୱର ବିଦ୍ୟାପିଠରେ ନିମ୍ନ ମାନର କାମ ଅଭିଯୋଗ ହୋଇଥିଲା । ରାଜ୍ୟ ସରକାର ନୟାଗଡ଼ ଜିଲ୍ଲା ପ୍ରଶାସନଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା । ଉକ୍ତ ଆଧାରରେ କନିଷ୍ଠ ଯନ୍ତ୍ରୀଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି ।





