Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାର୍ଯ୍ୟରେ ଅବହେଳା ପାଇଁ ଗଡ଼ିଲା ତିନି ମୁଣ୍ଡ

by ସଞ୍ଜୟ ସ୍ୱାଇଁ
April 8, 2023
in Crime, State
ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ ମାମଲା, ନିଲମ୍ବିତ ହେଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ
356
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆ ବାର୍ତ୍ତା): କାର୍ଯ୍ୟରେ ଅବହେଳା ପାଇଁ ୩ ଜଣ ନିଲମ୍ବିତ । ଏକାଥରେ ଗଡ଼ିଲା ତିନି ମୁଣ୍ଡ । କାର‌୍ୟ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହେଲେ କେନ୍ଦ୍ରାପଡା ପୂର୍ତ୍ତ ବିଭାଗ ଡିଭିଜନ-୧ର ତିନି ଜଣ। କେନ୍ଦ୍ରାପଡ଼ା ଗୋବରୀ ନଦୀ ଉପରେ ନିର୍ମାଣାଧୀନ ଦ୍ଵିତୀୟ ବାଇପାସ ପୋଲ ଗାର୍ଡର ଭୁଶୁଡିବା ଘଟଣାରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ୩ ଜଣଙ୍କୁ ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗ ସଚିବ ନିଲମ୍ୱିତ କରିଛନ୍ତି। ଏହି ନିର୍ମାଣ କାର‌୍ୟ୍ୟ ତଦାରଖ ଦାୟିତ୍ୱରେ ଥିବା କେନ୍ଦ୍ରାପଡା ପୂର୍ତ୍ତ ବିଭାଗ ଡିଭିଜନ-୧ର ଅଧିକ୍ଷଣ ଯନ୍ତ୍ରୀ କ୍ଷୀରୋଦ କୁମାର ବେହେରା ୧୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ବରାଦରେ ନିର୍ମାଣଧିନ ଏହି କାର‌୍ୟ୍ୟର ତଦାରଖ ଦାୟିତ୍ୱ ତୁଲାଇବାରେ ଅବହେଳା ଦେଖାଇଥିବା କାରଣରୁ ପ୍ରାଥମିକ ତଦନ୍ତରେ ଜଣାପଡିଛି। ଗତ କିଛିଦିନ ତଳେ ତାଙ୍କୁ କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ବଦଳି କରାଯାଇଥିଲା । ତେବେ ଗତ ୬ ତାରିଖ ଦିନ କ୍ଷୀରୋଦଙ୍କ ଠାରୁ ସମସ୍ତ କ୍ଷମତା ପ୍ରତ୍ୟାହାର କରିବା ସହିତ ତାଙ୍କୁ ନିଲମ୍ବିତ କରାଯାଇଛି। ସେହିପରି ସହଯୋଗୀ ଭାବେ ଏସଡିଓ ତଥା ଆସିଷ୍ଟାଣ୍ଟ ଲଜ୍ୟୁକେଟିଭ ଇଞ୍ଜିନିୟର ନିହାର ରଞ୍ଜନ ମାଝି ଓ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ସାମଲଙ୍କୁ ମଧ୍ୟ ରାଜ୍ୟ ସରକାର ନିଲମ୍ବିତ କରିଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।ଏହି ପୋଲ ନିର୍ମାଣରେ ନିମ୍ନମାନର କାମ ହୋଇଥିବା କାରଣରୁ ପୋଲର ଏକ ବିରାଟ ଅଂଶ(ଗାର୍ଡର) ସେତୁର ବେସ ସହ ଖଞ୍ଜା ଯିବାର ୧୨ ଘଣ୍ଟା ମଧ୍ୟରେ ଭାଙ୍ଗି ଭୁଷୁଡି ପଡିଥିଲା। ଏହାଛଡ଼ା ଏହି ପୋଲ ଗାର୍ଡର ଭୁଷୁଡିବା ଘଟଣାରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ତଦନ୍ତ କରାଯାଇଥିଲା । ପୂର୍ତ୍ତ ବିଭାଗର ଏକ ଉଚ୍ଚସ୍ତରୀୟ ଟିମ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିଥିଲେ କ୍ଷତେବେ ମାନ୍ୟବର ଲୋକାୟୁକ୍ତ ଏହି ଘଟଣା ଉପରେ ହସ୍ତକ୍ଷେପ କରି ନିଜ ଆଡୁ ମାମଲା ଦାଏର କରି ରାଜ୍ୟ ଭିଜିଲାନ୍ସ ବିଭାଗକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ଆସନ୍ତା ଜୁନ ୨୬ ତାରିଖରେ ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ ଆଦେଶ ମଧ୍ୟ ଦେଇଥିଲେ କ୍ଷ ଏହିଭଳି ପରିସ୍ଥିତିରେ ୩ ଜଣଙ୍କୁ ନିଲମ୍ୱନ ଘଟଣା ଚର୍ଚ୍ଚାର ଖୋରାକ ଯୋଗାଇଛି କ୍ଷଅନ୍ୟପଟେ ଜିଲ୍ଲା ଗଠନ ଦିନଠାରୁ ଆଜି ଯାଏ ଏତେ ବଡ଼ କାର‌୍ୟ୍ୟାନୁଷ୍ଠାନ କେବେ ନିଆ ଯାଇନଥିବା ବେଳେ ଏଭଳି କାର‌୍ୟ୍ୟାନୁଷ୍ଠାନକୁ ଲୋକେ ଭୁୟସୀ ପ୍ରଶଂସା କରିଥିବା ବେଳେ ଠିକା ସଂସ୍ଥା ଇଜଝଝ ଉପରେ କଣ ନିଆଯିବ କାର‌୍ୟ୍ୟାନୁଷ୍ଠାନ ସେନେଇ ଅପେକ୍ଷା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!