Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସସପେଣ୍ଡ ହେଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଆଇଆଇସି

by ସଞ୍ଜୟ ସ୍ୱାଇଁ
October 5, 2021
in State
ସସପେଣ୍ଡ ହେଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଆଇଆଇସି
316
VIEWS
Share on FacebookShare on Twitter

ଫୁଲବାଣୀ, (ବାଘୁଆବାର୍ତ୍ତା): ସସପେଣ୍ଡ ହେଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଆଇଆଇସି। କ୍ଷମତାର ଦୁରୂପଯୋଗ କାରଣରୁ ଡିଜିପି ଅଭୟ ଖଜୁରୀପଡ଼ା ଥାନା ଆଇଆଇସି ରକାମାନ୍ତ ପାତ୍ରଙ୍କୁ ସସପେଣ୍ଡ କରିଛନ୍ତି। ଏ ନେଇ କନ୍ଧମାଳ ଏସପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଗତ ୩ ତାରିଖ ଦିନ ଖଜୁରୀପଡ଼ା ମାର୍କେଟରେ ଘଟାଇଥିବା ଉନ୍ମୁକ୍ତକାଣ୍ଡ କାରଣରୁ ତାଙ୍କୁ ଊଏଚ ନିଲମ୍ବିତ କରିଥିବା ଜଣାପଡ଼ିଛି। ଏଠାରେ ସୂଚନା ଯୋଗ୍ୟ ଯେ ନିଲମ୍ବିତ ଆଇଆଇସି ରମାକାନ୍ତ ପାତ୍ର ରବିବାର ସନ୍ଧ୍ୟାରେ ମଦ୍ୟପାନ କରି ଖଜୁରୀପଡ଼ା ମାର୍କେଟରେ କିଛି ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କୁ ମାଡ଼ ମାରିଥିଲେ। ତାପରେ ବ୍ୟବସାୟୀ ମାନେ ଏହାକୁ ବିରୋଧ କରି ମାର୍କେଟରେ ଦୋକାନ ବଜାର ବନ୍ଦ କରିବା ସହିତ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏହାସହ ଘଟଣାରେ ଆଇଆଇସିଙ୍କୁ ଗିରଫ ସହିତ ନିଲମ୍ବନ ପାଇଁ ବ୍ୟବସାୟୀ ମାନେ ଦାବି କରିଥିଲେ। ତାପରେ ଘଟଣା ସ୍ଥଳକୁ ଫୁଲବାଣୀ ଇଝଚ ଏବଂ ଫୁଲବାଣୀ ଝଊଚଙ ପ୍ରମୁଖ ଯାଇ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଓଓଉଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରିଥିଲେ। ତାପରେ ଉତ୍ୟକ୍ତ ଲୋକ ମାନେ ଆନ୍ଦୋଳନରୁ ଓହରିଥିଲେ। ଅନ୍ୟ ପକ୍ଷରେ ଖଜୁରୀପଡ଼ା ଥାନା ଓଓଉ ରମାକାନ୍ତ ପାତ୍ର କହିଥିଲେ ଯେ ସନ୍ଧ୍ୟା ସମୟରେ ଖଜୁରୀପଡ଼ା ମାର୍କେଟରେ ଲୋକ ମାନେ ଅଯଥା ଗହଳି କରି ଭିଡ଼ କରୁଥିଲେ। ତେଣୁ ସେହି ଗହଳି ଏବଂ ଭିଡ଼ ଭାଙ୍ଗିବା ପାଇଁ ଆମେ ଚେଷ୍ଟା କରିଥିଲୁ ବୋଲି କହିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!