ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିଧାନସଭାର ଚଳିତ ଅଧିବେଶନରୁ ବିଜେପିର ଦୁଇ ବିଧାୟକଙ୍କୁ ନିଲମ୍ବିତ କଲେ ବାଚସ୍ପିତ ପ୍ରମିଳା ମଲ୍ଲିକ। ବାଚସ୍ପତିଙ୍କ ପୋଡ଼ିୟମ୍କୁ ଡାଲି ଫିଙ୍ଗିବା ଘଟଣାରେ ଦୁଇ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ନିଲମ୍ବିତ କରାଯାଇଛି।





