ରାଉରକେଲା, (ବାଘୁଆବାର୍ତ୍ତା): ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣା । ମୃତ ସୁସ୍ମିତା ମିଞ୍ଜଙ୍କ ସ୍ୱାମୀଙ୍କୁ ଜେରା କରୁଛି ଏଚଆରପିସି । ସୁସ୍ମିତା ମିଞ୍ଜଙ୍କ ସ୍ୱାମୀ ସୁଶିଲ ଟପ୍ନୋ । ଏଚଆରପିସି ଡିଏସପି ବନିତା ମାଝୀ ନିଜେ ସାମ୍ନାସାମ୍ନି କରୁଛନ୍ତି ଜେରା । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟରେ ହଟଚମଟ ଲାଗି ରହିଛି । ଏହି ଘଟଣା ଏବେ ଆସାମ ସଂସଦରେ ପହଞ୍ଚିଲାଣି । ଆସାମର ଏମ୍ପି ନବ କୁମାର ସରନିଆ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଏନେଇ ଏକ ଭିଡ଼ିଓ ମଧ୍ୟ ଜାରି କରିଛନ୍ତି । ସ୍ୱର୍ଗତ ସୁସ୍ମିତାଙ୍କ ଶୋକସନ୍ତପ୍ତ ପରିବାରକୁ ଶାନ୍ତ୍ୱନା ଦେବା ସହ ଘଟଣାକୁ ନେଇ ସେ ମର୍ମାହତ ବୋଲି ଏକ ଶୋକବାର୍ତ୍ତା ପଠାଇଛନ୍ତି । ସୂଚନା ଥାଉକି, ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟରୁ ଏଯାଏ ପରଦା ଉଠିପାରିନି । ଡିଏସ୍ପି ବନୀତା ମାଝୀଙ୍କ ନେତୃତ୍ବରେ ତଦନ୍ତ ଜାରି ରହିଥିବାବେଳେ ନିର୍ଦ୍ଦିଷ୍ଟ କେବେ ଶେଷ ହେବ ଓ ଅଭିଯୁକ୍ତ ଧରାପଡ଼ିବେ, ତାହା ସ୍ପଷ୍ଟ ହୋଇନି । ଏନେଇ ରାଉରକେଲା ଏସ୍ପି ମିତ୍ରଭାନୁ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ତଦନ୍ତ ସଂପୂର୍ଣ୍ଣ ମୁକ୍ତ ଓ ନିରକ୍ଷେପ ହେଉଥିବା ନେଇ ପ୍ରତ୍ରିକ୍ରିୟା ରଖିଥିଲେ । ପରିବାର ସଦସ୍ୟଙ୍କ ଅଭିଯୋଗକ୍ରମେ ସୁନ୍ଦରଗଡ଼ ଜିଲ୍ଲାପାଳ ଡା. ପରାଗ ହର୍ଷଦ ଗାଭାଲି ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ରଙ୍କ ପଚରାଉଚରା କରିଯିବ କି ବୋଲି ପ୍ରଶ୍ନ ହେବାରୁ କହିଲେ, ପ୍ରକ୍ରିୟାରେ ଯାହା ନାଁରେ କିଛି ବି ଅଭିଯୋଗ ଆସିବ, ତାଙ୍କୁ ଜେରା କରାଯିବବୋଲି କହିଥିଲେ।





