ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଲିଉଡ ଇଣ୍ଡଷ୍ଟ୍ରି ଖେଳିଯାଇଛି ବଡ଼ ଦୁଃଖଦ ଘଟଣା । ଆଉନାହାନ୍ତି ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡ଼ା । ସେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ତେବେ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅନେକ ଓଡ଼ିଆ ଫିଲ୍ମରେ ଖଳନାୟକ ଭୂମିକା କରି ପ୍ରଶଂସା ସାଉଣ୍ଟି ଥିଲେ ରାଇମୋହନ । ଗଙ୍ଗ ଶିଉଳି, କୁଳନନ୍ଦନ, ସିଂହବାହିନୀ, ସରପଞ୍ଚ ବାବୁ, ସୁନା ଭାଉଜ, ଉଦଣ୍ଡୀ ସୀତା, ଦାଦାଗିରି, ମଣୀ ନାଗେଶ୍ୱରୀ, ପୁଅ ମୋର ଜଗତ ଜିତା, ରଣଭୂମି, ସହରୀ ବାଘରେ ତାଙ୍କ ଅଭିନୟ ଦର୍ଶକଙ୍କ ମତ ଜିଣିଥିଲା । ସମୟ ଖେଳୁଛି ଚକା ଭଉଁରୀ, ବନ୍ଧନ, ଆସିବୁ କେବେ ସାଜି ମୋ ରାଣୀ, ଛାତି ଚିରିଦେଲେ ତୁ, ଦେ ମାଆ ଶକ୍ତି ଦେ, ତୁ ଏକା ମୋ ସାହା ଭରସା ଆଦି ଫିଲ୍ମରେ ଦମଦାର ଅଭିନୟ କରି ପ୍ରଶଂସକଙ୍କ ଭଳପାଇବା ସାଉଁଟିଥିଲେ । ତାଙ୍କ ନେଗେଟିଭ୍ ରୋଲ ଦେଖିବାକୁ ଫିଲ୍ମ ହଲରେ ଜମୁଥିଲା ଦର୍ଶକଙ୍କ ଭିଡ଼ । କ୍ୟାରେକ୍ଟର ଭିତରେ ହଜି ଯାଇ ଦର୍ଶକଙ୍କୁ ମନକୁ କିଣିପାରିଥିଲେ ରାଇମୋହନ ।





